ଘୁଞ୍ଚିବା Ghun̄chibā
- ଦେ. କ୍ରି.—(ସଂ. ଗମ ଧାତୁ) — ଦୂର ହେବା; ଅଦୃଶ୍ୟହେବା — To vanish; to disapper
- ଦେ. କ୍ରି.—(ସଂ. ଗମ ଧାତୁ) — କଳ୍ପତରୁ ଲଭି ଯଥା ତ୍ରିଦିବ—ଦୁର୍ଗତି ଘୁଞ୍ଚିଗଲା— ରାଧାନାଥ. ମହାଯାତ୍ରା।
- ଦେ. କ୍ରି.—(ସଂ. ଗମ ଧାତୁ) — ନିଜର ଶରୀରକୁ ସ୍ଥାନାନ୍ତରିତ କରିବା — To move away
- ଦେ. କ୍ରି.—(ସଂ. ଗମ ଧାତୁ) — ଗଡ଼ିଯିବା; ନିର୍ଦ୍ଧାରିତ ଦିବସ ବା ସମୟ ଦୁରକୁ ଧାର୍ଯ୍ୟ କରାଯିବା — To be adjourned; to be postponed
- ଦେ. କ୍ରି.—(ସଂ. ଗମ ଧାତୁ) — [ଯଥା— ଛୁତିକିଆଯୋଗୁଁ ବିଭାତିଥି ଘୁ଼ଞ୍ଚିଗଲା।]
- ଦେ. କ୍ରି.—(ସଂ. ଗମ ଧାତୁ) — [ଦ୍ର—ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଆସିବା, ଯିବା, ବସିବା ଆଦି କ୍ରିୟା ଯୁକ୍ତ ହୁଏ।]