ଘିଅକୁଆଁରୀ Ghiakuāñrī
- ଦେ. ବି. (ସଂ. ଘୃତକୁମାରୀ) — ଗୁଳ୍ମ ବିଶେଷ — The Indian aloe; Aloe Indica
- ଦେ. ବି. (ସଂ. ଘୃତକୁମାରୀ) — [ଦ୍ର—ଏହା ରଜନୀଗନ୍ଧାଦିର ବର୍ଗର ଘନପିଚ୍ଛଳରସବିଶିଷ୍ଟ ଓ କ୍ଷୁଦ୍ର ଖଡ୍ଗ ପରି ଲମ୍ବ ଓ ଦନ୍ତୁରପତ୍ର— ବିଶିଷ୍ଟ ଶାକବିଶେଷ; ଏହାର ପତ୍ରର ଚୋପା ତଳେ ପିଚ୍ଛିଳ ଘନ ପଦାର୍ଥ (ରସ) ଥାଏ। ଏହି ରସ ଶୁଖାଇଲେ ମୁସଦ୍ଦର ହୁଏ।
- ଦେ. ବି. (ସଂ. ଘୃତକୁମାରୀ) — ଏହା ଭେଦକ, ଶୀତବୀର୍ୟ୍ଯ, ତିକ୍ତ— ମଧୁର ରସ, ଚକ୍ଷୁର ହିତକର, ରସାୟନ, ପୃଷ୍ଟିକର ଓ ଶୁକ୍ରବର୍ଦ୍ଧକ। ଏହା ବାୟୁ, ବିଷ, ଗୁଳ୍ମ, ପ୍ଳୀହ, ଯକୃତବୃଦ୍ଧି, କଫ, ଜ୍ୱର, ଅଗ୍ନିଦଗ୍ଧ ବିଷ୍ଫୋଟକ, ରକ୍ତପିତ୍ତ ଓ ଚର୍ମରୋଗନାଶକ। ଏହାରରସ ରକ୍ତଗଡ଼ା ଓ ହାତଗୋଡ଼ ପୋଡ଼ାଜଳାରେ ଘଷା ଯାଏ।]