ଘଷାପଥର Ghashāpathara
- ଦେ. ବି — ଛୁରୀ, କତୁରୀ, ଲିହଣ ଆଦି ଯନ୍ତ୍ରର ଦାଢ଼ ଘଷି ଉକ୍ତ ଯନ୍ତ୍ରମାନଙ୍କୁ ଦାଢ଼ୁଆ କରିବା ପାଇଁ ବ୍ଯବହୃତ ପଥରବିଶେଷ — Grindstone
- ଦେ. ବି — ଗାଧୋଇବାବେଳେ ତଳିପା ଓ ତଳିପାର କଡ଼କୁ ଘଷି ମଳିଚମକୁ ପରିଷ୍କାର କରିବାପାଇଁ ଗାଧୁଆ ଯାଗାରେ ବା ପୋଖରୀତୁଠରେ ଯେଉଁ କନ୍ଦାପଥର ପଡ଼ିଥାଏ — A slab of sandstone on which the sole is rubbed at the time of bathing
- ଦେ. ବି — ଏ ଯୋଷା ଚରଣ ଘଷାପଥରକୁ ନୋହିବେଟି କେହି ସରି—ରାଧାନାଥ. ଯଯାତି।