ଘରା Gharā
- ଦେ. ବି. (ସଂ. ଘର) — କୌଣସି ପଦାର୍ଥ ରହିବାର ନିର୍ଦ୍ଦିଷ୍ଟ ଛିଦ୍ର ବା ସ୍ଥାନ; ଠଣା — Proper place or niche for a thing
- ଦେ. ବି. (ସଂ. ଘର) — କୋଠରି; ରେଖାବିଶିଷ୍ଟ କ୍ଷେତ୍ର — Groove; bounded figure
- ଦେ. ବି. (ସଂ. ଘର) — ବନ୍ଧୁକ ବା ତୋପର ପାର୍ଶ୍ୱରେ ଥିବା ନିଆଁ ଲଗାଇବାର ଛିଦ୍ର — The side-bore of a gun or cannon (in its breech) for firing it; touch-hole of a gun
- ଦେ. ବି. (ସଂ. ଘର) — କୌଣସି ବସ୍ତୁର ଘର୍ଷଣ ଯୋଗୁଁ ଅନ୍ଯ ପଦାର୍ଥରେ ହୋଇଯିବା ଲମ୍ବ ଛିଦ୍ର — Channel or groove eaten into the body of a thing by constant friction of another thing; loophole
- ଦେ. ବି. (ସଂ. ଘର) — କୁର୍ତ୍ତାରେ ଥିବା ବୋତାମ ଲାଗିବା ଛିଦ୍ର — Button-hole of a garment
- ଦେ. ବି. (ସଂ. ଘର) — ଛିଦ୍ର — A hole
- ଦେ. ବି. (ସଂ. ଘର) — ପକ୍ଷୀର ବସା — Bird's nest
- ଦେ. ବି. (ସଂ. ଘର) — ସ୍ଥାନଭ୍ରଷ୍ଟ ଜରାୟୁ, ପ୍ଳୀହା ଆଦିର ମୂଳ ସ୍ଥାନ — Proper place or original position of a displaced organ
- ପ୍ରାଦେ. (ସମ୍ବଲପୁର) ବି. — ମହୁଫେଣା — Hive
- ପ୍ରାଦେ. (ସମ୍ବଲପୁର) ବି. — ଗାଈର ପହ୍ନା — Udder of a cow
- ପ୍ରାଦେ. (ସମ୍ବଲପୁର) ବି. — ବ୍ୟାଘ୍ର ଆଦି ବନ୍ୟଜନ୍ତୁଙ୍କ ଗର୍ତ୍ତ — Lair or den of wild beasts