ଘର ଝାଡ଼ିବା Ghara jhāṟḏibā
- ଦେ. କ୍ରି. (ସଂ. ଘର+ଝାଟ=ମାର୍ଜନ) — ଚାଳଘରର ଚାଳର ଭିତର ପାଖରେ ଓ କାନ୍ଥ ଦେହରେ ଲାଗିଥିବା କୁଟା ଓ ଅଳନ୍ଧୁଆଦିକୁ ପହଁରାଆଦି ଦ୍ୱାରା ପରିଷ୍କାର କରିବା — To sweep the inside of a thatch and the body of the walls clean of the soots and hanging bits of straw, with a broom stick
- ପ୍ରାଦେ. କ୍ରି — (ସମ୍ବଲପୁର) ଚାଳଘରକୁ ବାର୍ଷିକ ଛପରବନ୍ଦି କରିବା ଉପଲକ୍ଷରେ ଚାଳରୁ ପୁରୁଣା ନଡ଼ାକୁ ଓଲାରିବା — To take out the layers of last year's straw from the thatch during the annual thatching of a thatched house
- ପ୍ରାଦେ. କ୍ରି — (ମେଦିନୀପୁର; ତୁଳ. ବଂ ଘର ଝାଡ଼ା) ଘରର ଚଟାଣକୁ ଓଳାଇବା — To sweep the floor of a house clean