ଘର କରିବା Ghara karibā
- ଦେ. କ୍ରି — ଗୃହ ନିର୍ମାଣ କରିବା — To build a house
- ଦେ. କ୍ରି — କୌଣସି ସ୍ଥାନରେ ସ୍ଥାୟୀରୂପେ ସପରିବାର ବାସ କରିବା — To live permanently in a place; to become domiciled in a place
- ଦେ. କ୍ରି — ରହିଛନ୍ତି ଘର କରିଣ ନିରନ୍ତରେ—କୃଷ୍ଣସିଂହ. ମହାଭାରତ. ସଭା।
- ଦେ. କ୍ରି — ସଂସାରର କର୍ତ୍ତବ୍ୟଚୟ ନିର୍ବାହ କରିବା; ନିଜର ପରିବାର ପାଳନ କରିବା — To manage a household; to maintain one's family
- ଦେ. କ୍ରି — ଗୃହସ୍ଥ—ଧର୍ମ ପାଳନ କରିବା; ସଂସାର—ଧର୍ମ ପାଳନ କରିବା — To do the duties of a house-holder; to live as a family-man
- ଦେ. କ୍ରି — ସନ୍ନ୍ୟାସୀ ହେବେ ଅନାଚାରୀ କୁଟୁମ୍ବ ଘେନି ଘର କରି। ଜଗନ୍ନାଥ. ଭାଗବତ।
- ଦେ. କ୍ରି — ସ୍ତ୍ରୀ ବା ସ୍ୱାମୀ ସହିତ ଦାମ୍ପତ୍ୟଜୀବନ ଅତିବାହିତ କରିବା — To live as husband and wife; to lead a conjugal life
- ଦେ. କ୍ରି — ସହୋଦ୍ର ମାଇଙ୍କି ହରିଲେ, ଭଉଣୀ ସଙ୍ଗେ ଘର କଲେ। ପ୍ରାଚୀ. ନିର୍ଗୁଣମାହତ୍ମ୍ୟ।
- ଦେ. କ୍ରି — (ଲକ୍ଷଣାର୍ଥ) (ହୃଦୟକୁ) ଆଶ୍ରୟ କରିବା; (ହୃଦୟରେ) ଉପୁଜିବା; ଜନ୍ମିବା; ଜାତ ହେବା — (figurative) To rise (in the mind.)
- ଦେ. କ୍ରି — ବିସ୍ମୟ ହୃଦୟରେ କଲା ଆସି ଘର—କୃଷ୍ଣସିଂହ. ମହାଭାରତ. ସଭା।
- ଦେ. କ୍ରି — (ଲକ୍ଷଣାର୍ଥ) ସର୍ବଦା ମନେ ପଡ଼ିବା — (figurative) Always to be in the mind; to be remembered always
- ଦେ. କ୍ରି — (ଲକ୍ଷଣାର୍ଥ) ସର୍ବଦା ଆଖି ଆଗରେ ନାଚିବା — (figurative) To dance always before one's eyes