ଘଣ୍ଟ ଘୋଡ଼ାଇ ରଖିବା Ghaṇṭa Ghoṟḍ̠āi rakhibā
- ଦେ. କ୍ରି — କୌଣସି ବ୍ଯକ୍ତିକୁ ସମ୍ପୂର୍ଣ୍ଣରୂପେ ଆପଦରୁ ରକ୍ଷା କରିବା (ଘଣ୍ଟତଳେ ରଖିବା ପ୍ରକାରେ) — To protect a person fully or completrly from danger (as if keeping him inside an upturned bell)
- ଦେ. କ୍ରି — [ଦ୍ର—ପ୍ରବାଦ ଅଛି ଯେ ମହାଭାରତ ଯୁଦ୍ଧରେ ଗୋଟିଏ ଭରତିଆ ଚଢ଼େଇ ଯୁଦ୍ଧକ୍ଷେତ୍ରରେ ଡିମ୍ବ ପାରିଥିଲା । ତାହା ଉପରେ ରକ୍ତନଦୀ ବୋହିଲେ ଡିମ୍ବଟି ନଷ୍ଟ ହୋଇଯିବ ଏହି ଆଶଙ୍କାରେ ପକ୍ଷିମାତା ପ୍ରଭୁଙ୍କୁ ସ୍ମରଣ କରିବାରୁ ପ୍ରଭୁ କୂଟ କଲେ ଯେ ଯୁଦ୍ଧକ୍ଷେତ୍ରରେ ଅଶ୍ୱତ୍ଥାମା ହାତୀର ବେକରୁ ଘଣ୍ଟିଟି ଛିଣ୍ଡି ସେହି ଡିମ୍ବକୁ ଆବୃତ୍ତ କରି ପଡ଼ି ରହିଲା ଓ ଘଣ୍ଟି ଉପରେ ସାତତାଳ ଗଭୀର ରକ୍ତ ନଦୀ ବୋହିଗଲା, ତଥାପି ଘଣ୍ଟଘୋଡ଼ାଇ ହୋଇ ଥିବାରୁ ଡିମ୍ବଟି ଅକ୍ଷୁର୍ଣ୍ଣ ରହିଲା ଓ କାଳକ୍ରମେ ଡିମ୍ବରୁ ଛୁଆ ହେଲା। ଯୁଦ୍ଧ ପରେ ଲୋକେ ଯୁଦ୍ଧକ୍ଷେତ୍ରରୁ ଘଣ୍ଟିଟି ଟେକି ଦେବାରୁ ତହିଁ ଭିତରେ ଥିବା ଛୁଆଟି ଉଡ଼ିଗଲା। ଏହି ପ୍ରବାଦ ଯୋଗୁଁ ଲୋକେ ଏ ବଚନ ବ୍ଯବହାର କରନ୍ତି। ଏହା ସାରଳା ମହାଭାରତ ଦ୍ରୋଣ— ପର୍ବରେ ଅଛି।]