ଗ୍ରାମଦେବତା Grāmadebatā

  • ସଂ. ବି. ସ୍ତ୍ରୀ. ( 6 ଷ୍ଠୀ ତତ୍; ଗ୍ରାମ+ଦେବତା) — ଗ୍ରାମର ଅଧିଷ୍ଠାତ୍ରୀ ଦେବତା — A village-Goddess or Deity
  • ସଂ. ବି. ସ୍ତ୍ରୀ. ( 6 ଷ୍ଠୀ ତତ୍; ଗ୍ରାମ+ଦେବତା) — ଯେଉଁ ଦେବତାଙ୍କୁ ଗ୍ରାମର ସର୍ବସାଧାରଣ ପୂଜା କରନ୍ତି ଓ ଯେ ଦେବୀ ଗ୍ରାମକୁ ଆପଦ ବିପଦରୁ ରକ୍ଷା କରନ୍ତି — The tutelary Deity of a village
  • ସଂ. ବି. ସ୍ତ୍ରୀ. ( 6 ଷ୍ଠୀ ତତ୍; ଗ୍ରାମ+ଦେବତା) — [ଦ୍ର—ଭାରତର ପ୍ରତ୍ୟେକ ହିନ୍ଦୁ ଗ୍ରାମରେ ଗୋଟିଏ ଲେଖାଏଁ ଗ୍ରାମଦେବତା ଥାଆନ୍ତି। ଏମାନେ ସାଧାରଣତଃ ଗ୍ରାମମୁଣ୍ଡରେ ଗୋଟିଏ ଲେଖାଏଁ ଗଛମୂଳେ ସିନ୍ଦୁରଲିପ୍ତ ଖଣ୍ଡିକେତେ ପଥର ବା ପାଷାଣ ମୁର୍ତ୍ତି ଅଟନ୍ତି। ଗ୍ରାମର ବିବାହାଦିର ଉପଲକ୍ଷରେ ଏହାଙ୍କୁ ମଙ୍ଗଳନ ଓ ମାର୍ଜନା କରାଯାଏ; ଓଲାଉଠା, ବସନ୍ତ ଆଦି ସମୟରେ ଏହାଙ୍କୁ ପୂଜା କରାଯାଏ ଓ ବିପଦ ଆପଦ ସମୟରେ ଲୋକେ ଏହାଙ୍କୁ ଭୋଗ ଓ ବୋଦା ଆଦି ମନାସନ୍ତି। ସାଧାରଣତଃ ଶୁଦ୍ର (ଭଣ୍ଡାର, ମାଳୀ) ଓ ଗଡ଼ଜାତିରେ ଅନାର୍ଯ୍ୟ (ସଅର; କନ୍ଧ) ମାନେ ଏହାଙ୍କ ସେବକ ଅଟନ୍ତି। ଏ ଗ୍ରାମଦେବତାଙ୍କୁ ହିନ୍ଦୁମାନେ ଦୁର୍ଗା ବା ଯୋଗିନୀରୂପେ ପୂଜା କରନ୍ତି; କିନ୍ତୁ ଜଣାଯାଏ ଯେ ଏ ମୂଳତଃ ଅନାର୍ଯ୍ୟମନାଙ୍କ ପୂଜିତ ଦେବତା।]