ଗ୍ରହ Graha

  • ସଂ. ବି. (ଗ୍ରହ୍ ଧାତୁ+ଭାବ. ଅ) — ଧାରଣ; ଧରିବା — Act of taking; hold; grasp; seizing
  • ସଂ. ବି. (ଗ୍ରହ୍ ଧାତୁ+ଭାବ. ଅ) — ସ୍ୱୀକରଣ — Acceptance
  • ସଂ. ବି. (ଗ୍ରହ୍ ଧାତୁ+ଭାବ. ଅ) — ବୋଧ — Understanding; comprehension
  • ସଂ. ବି. (ଗ୍ରହ୍ ଧାତୁ+ଭାବ. ଅ) — ମୁଖରେ ଉଚ୍ଚାରଣ — Utterance; mention
  • ସଂ. ବି. (ଗ୍ରହ୍ ଧାତୁ+ଭାବ. ଅ) — (+କର୍ତ୍ତୃ. ଅ) ଆକାଶର ଚନ୍ଦ୍ର ସୂର୍ଯ୍ୟାଦି ଜ୍ୟୋତିଷ୍କଗଣ (ପରସ୍ପରକୁ ଆକର୍ଷଣ କରୁଥିବାରୁ) — Planet
  • ସଂ. ବି. (ଗ୍ରହ୍ ଧାତୁ+ଭାବ. ଅ) — [ଦ୍ର—ସୂର୍ଯ୍ୟ ନିଜର ଆକର୍ଷଣ ଦ୍ୱାରା ଆଉ କେତେଗୁଡ଼ିଏ ଜ୍ୟୋତିର୍ମୟ ବସ୍ତୁକୁ ଶୁନ୍ୟରେ ଟାଣି ରଖିଥିବାରୁ ସେ ବସ୍ତୁମାନ ସୂର୍ଯ୍ୟଙ୍କ ଚାରିପାଖେ ଅଣ୍ଡାକାର ପଥରେ — (Ellipseରେ) ବୁଲୁଅଛନ୍ତି ଏହି ବୁଲିବା ବସ୍ତୁମାନଙ୍କୁ ଗ୍ରହ ବୋଲାଯାଏ ଏମାନଙ୍କ ମଧ୍ୟରେ ସୂର୍ଯ୍ୟ ସମସ୍ତଙ୍କଠାରୁ ବଡ଼ ଗ୍ରହମାନେ ମଧ୍ୟ ପରସ୍ପରକୁ ଆକର୍ଷଣ କରୁଅଛନ୍ତି ସୁର୍ଯ୍ୟକୁ କେନ୍ଦ୍ର କରି ବୁଲୁଥିବା ଗ୍ରହ ଓ ନକ୍ଷତ୍ରମାନଙ୍କୁ ନେଇ ସୌରଜଗତ ହୋଇଅଛି ଆମ ପୃଥିବୀ, ସୂର୍ଯ୍ୟ, ଚନ୍ଦ୍ର, ବୁଧ, ବୃହସ୍ପତି, ମଙ୍ଗଳ, ଶନିଙ୍କୁ ଘେନି ଯେଉଁପରି ଗୋଟିଏ ସୌରଜଗତ, ଏହିପରି ଅସଂଖ୍ୟ ସୌରଜଗତ ମାଳମାଳ ହୋଇ ଶୂନ୍ଯମାର୍ଗରେ ନିୟତ ବୁଲୁଅଛନ୍ତି ଖାଲି ଆଖିରେ ଦେଖା ଯାଉଥିବା ନକ୍ଷତ୍ରମାନେ ମଧ୍ୟ ଶୁନ୍ୟରେ ଅନନ୍ତ ଦୂରରେ ଥିବା ଗୋଟିଏ ଗୋଟିଏ ସୂର୍ଯ୍ୟ ଓ ତାଙ୍କ ଚାରିପାଖେ ଯେଉଁ ଗ୍ରହମାନ ବୁଲୁଛନ୍ତି, ସେମାନେ ଉକ୍ତ ସୁର୍ଯ୍ୟଙ୍କଠାରୁ ସାନ ହେବାରୁ ଆମ ଖାଲି ଆଖିରେ ଦିଶନ୍ତି ନାହିଁ ପୁଣି ଗ୍ରହମାନଙ୍କୁ କେନ୍ଦ୍ର କରି ତାଙ୍କ ଚାରିପାଖେ ଯେଉଁ ଜ୍ୟୋତିଷ୍କମାନେ ବୁଲୁଛନ୍ତି, ତାଙ୍କୁ ଉପଗ୍ରହ ବୋଲାଯାଏ ଆମ ପୃଥିବୀ ଚାରିପାଖେ ଚନ୍ଦ୍ର ଯେଉଁପରି ବୁଲୁଛି, ବୃହସ୍ପତି, ଶନି, ମଙ୍ଗଳ ଚାରିପାଖେ ମଧ୍ୟ ସେହିପରି କେତେଗୋଟି ଲେଖାଏଁ ଚନ୍ଦ୍ର ମଧ୍ୟ ବୁଲୁଅଛନ୍ତି ସେ ଉପଗ୍ରହମାନେ ଦୁରବୀକ୍ଷଣଯନ୍ତ୍ରଦ୍ୱାରା ଦେଖା ପଡ଼ନ୍ତି ଧ୍ରୁବକୁ କେନ୍ଦ୍ର କରି ନକ୍ଷତ୍ରମାନେ ପୂର୍ବରୁ ପଶ୍ଚିମକୁ ଗତି କରୁଅଛନ୍ତି ବୋଲି ଜଣାଯାଏ କିନ୍ତୁ ଗ୍ରହମାନଙ୍କ ଗତି ନକ୍ଷତ୍ରମାନଙ୍କ ପରି ନିୟମିତ ନୁହେ ଗ୍ରହମାନେ ପୂର୍ବରୁ ପଶ୍ଚିମକୁ ବୁଲୁ ବୁଲୁ ପୁଣି ଦିନା— କେତେ ପଶ୍ଚିମରୁ ପୂର୍ବକୁ ଗଲାପରି ଦେଖାଯାଆନ୍ତି ଓ କେବେ କେବେ ବଙ୍କା ହୋଇ ଗତି କରିବାର ମଧ୍ୟ ଦେଖାଯାନ୍ତି ଏହାକୁ ଗ୍ରହମାନଙ୍କର ଅତିଚାର (ବକ୍ରଗତି) ବୋଲାଯାଏ ଗ୍ରହମାନଙ୍କର ଆକାର, ଦୂରତ୍ୱ ଓ ସୂର୍ଯ୍ୟଙ୍କ ଚାରିଆଡ଼େ ଥରେ ଘୁରିବାର କାଳ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜ୍ୟୋତିଷୀମାନେ ଗଣନ ଦ୍ୱାରା ସ୍ଥିତ କରିଅଛନ୍ତି ହିନ୍ଦୁ ଜ୍ୟୋତିଷ ମତରେ ଗ୍ରହ9ଗୋଟି ଯଥା
  • ସଂ. ବି. (ଗ୍ରହ୍ ଧାତୁ+ଭାବ. ଅ) — ସୂର୍ଯ୍ୟ (ରବି) — The Sun
  • ସଂ. ବି. (ଗ୍ରହ୍ ଧାତୁ+ଭାବ. ଅ) — ଚନ୍ଦ୍ର (ସୋମ) — The moon
  • ସଂ. ବି. (ଗ୍ରହ୍ ଧାତୁ+ଭାବ. ଅ) — ମଙ୍ଗଳ — Mars
  • ସଂ. ବି. (ଗ୍ରହ୍ ଧାତୁ+ଭାବ. ଅ) — ବୁଧ — Mercury
  • ସଂ. ବି. (ଗ୍ରହ୍ ଧାତୁ+ଭାବ. ଅ) — ବୃହସ୍ପତି (ଗୁରୁ) — Jupiter
  • ସଂ. ବି. (ଗ୍ରହ୍ ଧାତୁ+ଭାବ. ଅ) — ଶୁକ୍ର — Venus