ଗ୍ରହଣ Grahaṇa

  • ସଂ. ବି. (ଗ୍ରହ ଧାତୁ+ଭାବ ଅନ) — ବରଣ; ସ୍ୱୀକାର — Acceptance
  • ସଂ. ବି. (ଗ୍ରହ ଧାତୁ+ଭାବ ଅନ) — ଅଙ୍ଗୀକାର — Agreeing; acknowledging
  • ସଂ. ବି. (ଗ୍ରହ ଧାତୁ+ଭାବ ଅନ) — ଅବଲମ୍ବନ — Dependence
  • ସଂ. ବି. (ଗ୍ରହ ଧାତୁ+ଭାବ ଅନ) — ଉଚ୍ଚାରଣ — Utterance; mention
  • ସଂ. ବି. (ଗ୍ରହ ଧାତୁ+ଭାବ ଅନ) — ବୋଧ; ଅନୁଭବ — Understanding; conception; comprehension
  • ସଂ. ବି. (ଗ୍ରହ ଧାତୁ+ଭାବ ଅନ) — ଧାରଣ; ଆଦାନ; ନେବା — Hold; taking; receiving
  • ସଂ. ବି. (ଗ୍ରହ ଧାତୁ+ଭାବ ଅନ) — ଭୋଜନ — Eating; tasting
  • ସଂ. ବି. (ଗ୍ରହ ଧାତୁ+ଭାବ ଅନ) — ବନ୍ଦୀ କରିବା; ବନ୍ଧନ — Seizure; seizing; imprisonment
  • ସଂ. ବି. (ଗ୍ରହ ଧାତୁ+ଭାବ ଅନ) — ଜବରଦସ୍ତି ଧରିବା — Capturing
  • ସଂ. ବି. (ଗ୍ରହ ଧାତୁ+ଭାବ ଅନ) — ସ୍ୱବଶକୁ ଆଣିବା — Bringing under one's sway
  • ସଂ. ବି. (ଗ୍ରହ ଧାତୁ+ଭାବ ଅନ) — ଅନ୍ଯ ଗ୍ରହର ଛାୟାପାତ ଦ୍ୱାରା ସୂର୍ଯ୍ୟଚନ୍ଦ୍ରଙ୍କର ଆଂଶିକ ବା ସଂପୂର୍ଣ୍ଣ ଅଦର୍ଶନ — Eclipse (solar or lunar)
  • ସଂ. ବି. (ଗ୍ରହ ଧାତୁ+ଭାବ ଅନ) — [ଦ୍ର—ସୂର୍ଯ୍ୟ ବା ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ଅନ୍ଯ କୌଣସି ଆକାଶଚାରୀ ପିଣ୍ଡ ବ୍ଯବସ୍ଥିତ ହେଲେ ସୂର୍ଯ୍ୟ ବା ଚନ୍ଦ୍ର ପୃଥିବୀର ଲୋକଙ୍କ ଦୃଷ୍ଟିଗୋଚର ହୁଅନ୍ତି ନାହିଁ। ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ପଡ଼ିଗଲେ ପୃଥିବୀର ଛାଇ ଚନ୍ଦ୍ରକୁ ଘୋଡ଼ାଇପକାଇଲେ ଚନ୍ଦ୍ରଗ୍ରହଣ ହୁଏ। ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଚନ୍ଦ୍ର ରହିଗଲେ ସୂର୍ଯ୍ୟ ପୃଥିବୀକୁ ଦେଖାଯାଆନ୍ତି ନାହିଁ ଏହାକୁ ସୂର୍ଯ୍ୟ ଗ୍ରହଣ କହନ୍ତି। ହିନ୍ଦୁ ପୁରାଣ ଅନୁସାରେ ରାହୁ ଓ କେତୁ ଚନ୍ଦ୍ର ସୂର୍ଯ୍ୟଙ୍କୁ ଗ୍ରାସ କଲେ ଗ୍ରହଣ ହୁଏ। ସୂର୍ଯ୍ୟଗ୍ରହଣ କେବଳ ଅମାବାସ୍ୟା ଦିନ ଓ ଚନ୍ଦ୍ରଗ୍ରହଣ କେବଳ ପୂର୍ଣ୍ଣିମା ଦିନ ହୁଏ। ସୂର୍ଯ୍ୟ ବା ଚନ୍ଦ୍ରଙ୍କ ପୂର୍ଣ୍ଣ ମଣ୍ଡଳ ଅଦୃଶ୍ୟ ହେଲେ ତାକୁ ସର୍ବଗ୍ରାସ ବୋଲାଯାଏ।]