ଗୋଳଯନ୍ତ୍ର Gola jantra

  • ସଂ. ବି — ପ୍ରାଚୀନକାଳରେ ଭାରତୀୟ ଜ୍ୟୋତିଷୀମାନଙ୍କ ବ୍ଯବହୃତ ସୂର୍ଯ୍ୟ, ଚନ୍ଦ୍ର, ପୃଥିବୀ, ଗ୍ରହ, ନକ୍ଷତ୍ର ଆଦିଙ୍କ ସ୍ଥିତି, ଗତି ଓ ପରିବର୍ତ୍ତନଜ୍ଞାପକ ଯନ୍ତ୍ରବିଶେଷ — A contrivance or instrument used by the ancient astronomers of India showing the positions, movements and changes in the sun, the earth, the planets and the stars
  • ସଂ. ବି — [ଦ୍ର—ଏହା କେତେ ଖଣ୍ଡ ବାଉଁଶ କାଠି ବା ପାତିଆରେ ନିର୍ମିତ ହେଉଥିଲା। ହି. ଶବ୍ଦସାଗର। ମହାତ୍ମା ଚନ୍ଦ୍ରଶେଖର ସିଂହ ସାମନ୍ତ ଏହି ଯନ୍ତ୍ରକୁ ସ୍ୱହସ୍ତରେ ନିର୍ମାଣ କରି ଏହା ସାହାଯ୍ୟରେ ଗ୍ରହ ନକ୍ଷତ୍ରାଦିର ପର୍ଯ୍ୟବେକ୍ଷଣ କରୁଥିଲେ।]
  • ସଂ. ବି — ପୃଥିବୀ ଓ ଗ୍ରହ ନକ୍ଷତ୍ରାଦିଙ୍କ ସମ୍ବନ୍ଧେ ଜ୍ଞାନଲାଭାର୍ଥ ଚିତ୍ରିତ ଗୋଳକ — Celestial and terrestrial globes indicating matters relating to the earth and the heavens