ଗୋରୁମୁଣ୍ଡ ଥାପିବା Gorumuṇḍa thāpibā
- ଦେ. କ୍ରି. (କପାକିଆରିରେ ଗୋଟିଏ ବାଉଁଶ ପୋତି ବାଉଁଶ ଅଗରେ ଗୋଟିଏ ଗୋରୁମୁଣ୍ଡ ରଖି ଦିଆଯାଏ; କୃଷକମାନଙ୍କର ବିଶ୍ୱାସ ଯେ ଏ ଗୋରୁମୁଣ୍ଡ ଥାପିଲେ କପା ଫସଲରେ ଲାଭ ହୁଏ; କିନ୍ତୁ ଅଗରେ ଗୋରୁମୁଣ୍ଡଥିବା ବାଉଁଶକୁ ରାତିରେ ମନୁଷ୍ୟ ଜଗିଥିବାର ଭ୍ରମକରି କପା କିଆରିରେ ଶୃଗାଳାଦି ବନ୍ୟ ପଶୁମାନେ ପଶନ୍ତି ନାହିଁ ଓ ଫଳତଃ କପା ଗଛ ଗୁଡ଼ିକ ନଷ୍ଟ ନ ହେବାରୁ ଫସଲ ଭଲ ହୁଏ)
- ଦେ. କ୍ରି. (ଲକ୍ଷଣାର୍ଥ)—ଜଣକୁ ନାମମାତ୍ର ପ୍ରଭୁ ବା ନେତାରୂପେ ବସାଇ କୌଣସି କାର୍ଯ୍ୟ ସାଧନ କରିନେବା — (figurative) To have one's work performed by setting up a person as the nominal head (like people setting up a cow's head at the top of a bamboo in a cotton field)