ଗୋରଖ ନାଥ Gorakha nātha
- ଦେ. ବି. (ନାମ) — ସହଜିଆ ଧର୍ମର ପ୍ରଚାରକ — The preacher of the Sahajiā tenets of Hinduism
- ଦେ. ବି. (ନାମ) — [ଦ୍ର—ଏ ଉତ୍ତରପଶ୍ଚିମ ପ୍ରଦେଶବାସୀ ଜଣେ ଧର୍ମଶୀଳ ଗୋପର ବଂଶରେ ଜନ୍ମି ଥିଲେ ଓ ବାଲ୍ୟକାଳରେ ଗୋଚାରଣ କରୁଥିଲେ; ଏକଦା ବନରେ ଗୋରୁ ଚରାଇବା ସମୟରେ ଜଣେ ସନ୍ନ୍ୟାସୀଙ୍କ ସଙ୍ଗେ ଏହାଙ୍କର ସାକ୍ଷାତ୍ ହେଲା ଓ ଉକ୍ତ ସାଧୁଙ୍କଠାରୁ ଉପଦେଶ ଓ ଦୀକ୍ଷା ପାଇ ଏ ସନ୍ନ୍ୟାସୀ ହେଲେ ଓ ଧର୍ମ ପ୍ରଚାର କଲେ। ଏହାଙ୍କ ନାମ ଅନୁସାରେ ଏହାଙ୍କ ଜନ୍ମସ୍ଥାନ ଗୋରଖପୁର ନାମରେ ଅଭିହିତ ହେଲା—ସୁବଳଚନ୍ଦ୍ର ସରଳ ବଙ୍ଗଳା ଅଭିଧାନ। ସପ୍ତାଙ୍ଗପୋଥି ଏହାଙ୍କଦ୍ୱାରା ରଚିତ ବୋଲି ଅନୁମିତ ହୁଏ—ବିନାୟକ-ଉତ୍କଳ- ସାହିତ୍ୟର ଇତିହାସ। ଏ ଅବଧୂତ ପଞ୍ଚଦଶ ଶତାବ୍ଦୀର ଲୋକ ଥିଲେ; ଏହାଙ୍କ ପ୍ରବର୍ତ୍ତିତ ସମ୍ପ୍ରଦାୟ ଅବଧି ଚଳୁଅଛି—ହି. ଶବ୍ଦସାଗର।]