ଗୋମୁହାଁ Gomuhāñ
- ଦେ. ବି (ସଂ. ଗୋମୁଖ) — ଏକଜାତି କୁମ୍ଭୀର — A kind of crocodile
- ଦେ. ବି (ସଂ. ଗୋମୁଖ) — [ଦ୍ର—ଏମାନେ ମନୁଷ୍ୟ ଓ ଗୋରୁ ଆଦି ଜୀବଙ୍କୁ ପାଟିରେ ଧରି କିମ୍ବା ଜଳକୂଳରୁ ଖଗଦ୍ୱାରା ଆଘାତ କରି ପାଣିକୁ ନେଇ ଯାଆନ୍ତି ଏବଂ ପରେ ତାକୁ ଖଣ୍ଡ ଖଣ୍ଡ କରି ଖାଆନ୍ତି। ଏମାନେ ଲମ୍ବରେ ଦଶହାତ ପର୍ଯ୍ୟନ୍ତ ବଢ଼ିବା ଦେଖାଅଛି। ଗୋଟିଏ ଗୋଟିଏ କୁମ୍ଭୀରଙ୍କ ପେଟ ଚିରା ହେବାରେ ତାଙ୍କ ପେଟରୁ ଭୁକ୍ତ ମନୁଷ୍ୟଙ୍କର ଅଳଙ୍କାରମାନ ବାହାରିବାର ଦେଖାଯାଏ।]