ଗୋପାଳୁଣୀ Gopāḻuṇī

  • ଦେ. ବି. ସ୍ତ୍ରୀ — ଗଉଡ଼ୁଣୀ — A milk-maid
  • ଦେ. ବି. ସ୍ତ୍ରୀ — ତାହାକୁ ପୁତ୍ର ପ୍ରାୟେ ମଣି, ପଛେ ଧାମଇଁ ଗୋପାଳୁଣୀ। ଜଗନ୍ନାଥ, ଭାଗବତ।
  • ଦେ. ବି. ସ୍ତ୍ରୀ — ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଉତ୍ତରରେ ବେଢ଼ା ମଧ୍ୟରେ ଗୋଟିଏ ଛୋଟ ଚୂନବୋଳା ଦେଉରେ ପୂଜା ପାଉଥିବା ଭଗବତୀ ଦେବୀଙ୍କ ମୂର୍ତ୍ତି; ଭୁବନେଶ୍ୱରୀ — An image of Bhagabati worshipped in a small temple to the north of Liṅgarāja Temple at Bhubaneṡwara
  • ଦେ. ବି. ସ୍ତ୍ରୀ — [ଦ୍ର—ଏ ଦେଉଳରେ ଗଢ଼ଣ ଭୁବନେଶ୍ୱର ଲିଙ୍ଗରାଜଙ୍କ ଦେଉଳର ଗଢ଼ଣଠାରୁ ପୃଥକ। ଏହା ଅପେକ୍ଷାକୃତ ନୂତନ। ଅସଲ ମୂର୍ତ୍ତି ଉପରେ ଗୋଟିଏ ପଥରର ଫମ୍ପା ରୂପ ଖୋଳା ହୋଇ କରାଳ (ବା ଅଠା) ଦ୍ୱାରା ମଡ଼ା ହୋଇ, ସେହି ପଥରର ଖୋଳା ପୂଜା ପାଉଅଛି। ଏକମ୍ରପୁରାଣରେ କଥିତ ହୋଇଅଛି ଯେ ଏକାମ୍ରେଶ୍ୱରଙ୍କ ଲିଙ୍ଗ ଉପରେ ଗୋଟିଏ ଗୋରୁଠାରୁ ଦୁଗ୍ଧର ଧାର ସ୍ରବୁଥିଲା। ଭଗବତୀ ସେ ଗାଈକି ପାଳିଥିବାରୁ ତାଙ୍କର ନାମ 'ଗୋପାଳୁଣୀ' (ସଂ. ଗୋପାଳୀ)। ଭଗବତୀଙ୍କ ପ୍ରାଣୟପ୍ରାର୍ଥୀ କୀର୍ତ୍ତିବାସ ଦୈତ୍ୟକୁ ଭଗବତୀ ପାଦରେ ଚାପି ମାରି ଦେଇଥିଲେ ଏବଂ ଏହି ଉପଲକ୍ଷରେ ଦେବୀପାଦହରା ପୋଖରୀ ହୋଇଥିଲା—ଉତ୍କଳଖଣ୍ଡ।]