ଗୋପବନ୍ଧୁ ଦାସ Gapabandhu dāsa

  • ଦେ. ବି. (ନାମ) — ଉତ୍କଳର ସ୍ୱର୍ଗତ ପ୍ରସିଦ୍ଧ ନେତା — The late patriot of Orissa
  • ଦେ. ବି. (ନାମ) — [ଦ୍ର—ଏ 1877 ସାଲରେ ପୁରୀଜିଲ୍ଲାର ସତ୍ୟବାଦୀ ନିକଟସ୍ଥ ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ; ବି. ଏ. ଓ ବି. ଏଲ୍. ପାଶ୍ କରିସାରି ଦିନାକେତେ ଭିନ୍ନ ଭିନ୍ନ ସ୍ଥାନରେ ଓକିଲାତି କରି, ଶେଷକୁ ଓକିଲାତି ଛାଡ଼ି ଦେଶସେବାରେ ଆତ୍ମନିୟୋଗ କରିଥିଲେ। ସତ୍ୟବାଦୀ ଭିକ୍ଟୋରିଆ ଉଚ୍ଚ ବିଦ୍ୟାଳୟକୁ ଏ 1910 ସାଲରେ ବସାଇ ଥିଲେ ଏବଂ ସରକାରୀ ବ୍ଯବସ୍ଥାପକ ସଭାର ମେମ୍ବର ଥାଇ ଦେଶର ଅଭାବ ଅସୁବିଧା ଓ ଦେଶବାସୀଙ୍କର ଭିନ୍ନ ଭିନ୍ନ ଅଭିଯୋଗମାନ ସରକାରଙ୍କୁ ଶୁଣାଉଥିଲେ। ଏ 1919 ସାଲରେ ନିଜପ୍ରତିଷ୍ଠିତ 'ସମାଜ' ପତ୍ରିକା ଦ୍ୱାରା ଦେଶରେ ଜାତୀୟଭାବ ପ୍ରସାର କରିଥିଲେ। 1921 ସାଲରେ ମହାତ୍ମା ଗାନ୍ଧୀଙ୍କ ପ୍ରବର୍ତ୍ତିତ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ ତହିଁରେହିଁ ପ୍ରାଣପଣ ଲାଗି 1927 ଜୁନମାସ 17 ତାରିଖରେ ଇହଲୀଳା ସମ୍ବରଣ କରିଥିଲେ। ସେ ତ୍ୟାଗୀ, ଦୟାଶୀଳ, ସହିଷ୍ଣୁ ଓ ସାହିତ୍ୟସେବୀ ଥିଲେ। ଅସହଯୋଗ ଆନ୍ଦୋଳନରେ ଯୋଗଦେବା ଫଳରେ ଏ ସତ୍ୟବାଦୀ ବିଦ୍ୟାଳୟକୁ ଜାତୀୟ ବିଦ୍ୟାଳୟରେ ପରିଣତ କରିବାକୁ ଯାଇ ଉକ୍ତ ବିଦ୍ୟାଳୟର ଧ୍ୱଂସ ଏହାଙ୍କ ଜୀବଦ୍ଦଶାରେ ଘଟିଥିଲା।] — [ଦ୍ର—ଏ1877ସାଲରେ ପୁରୀଜିଲ୍ଲାର ସତ୍ୟବାଦୀ ନିକଟସ୍ଥ ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ; ବି. ଏ. ଓ ବି. ଏଲ୍. ପାଶ୍ କରିସାରି ଦିନାକେତେ ଭିନ୍ନ ଭିନ୍ନ ସ୍ଥାନରେ ଓକିଲାତି କରି, ଶେଷକୁ ଓକିଲାତି ଛାଡ଼ି ଦେଶସେବାରେ ଆତ୍ମନିୟୋଗ କରିଥିଲେ ସତ୍ୟବାଦୀ ଭିକ୍ଟୋରିଆ ଉଚ୍ଚ ବିଦ୍ୟାଳୟକୁ ଏ1910ସାଲରେ ବସାଇ ଥିଲେ ଏବଂ ସରକାରୀ ବ୍ଯବସ୍ଥାପକ ସଭାର ମେମ୍ବର ଥାଇ ଦେଶର ଅଭାବ ଅସୁବିଧା ଓ ଦେଶବାସୀଙ୍କର ଭିନ୍ନ ଭିନ୍ନ ଅଭିଯୋଗମାନ ସରକାରଙ୍କୁ ଶୁଣାଉଥିଲେ ଏ1919ସାଲରେ ନିଜପ୍ରତିଷ୍ଠିତ 'ସମାଜ' ପତ୍ରିକା ଦ୍ୱାରା ଦେଶରେ ଜାତୀୟଭାବ ପ୍ରସାର କରିଥିଲେ1921ସାଲରେ ମହାତ୍ମା ଗାନ୍ଧୀଙ୍କ ପ୍ରବର୍ତ୍ତିତ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ ତହିଁରେହିଁ ପ୍ରାଣପଣ ଲାଗି1927ଜୁନମାସ17ତାରିଖରେ ଇହଲୀଳା ସମ୍ବରଣ କରିଥିଲେ ସେ ତ୍ୟାଗୀ, ଦୟାଶୀଳ, ସହିଷ୍ଣୁ ଓ ସାହିତ୍ୟସେବୀ ଥିଲେ ଅସହଯୋଗ ଆନ୍ଦୋଳନରେ ଯୋଗଦେବା ଫଳରେ ଏ ସତ୍ୟବାଦୀ ବିଦ୍ୟାଳୟକୁ ଜାତୀୟ ବିଦ୍ୟାଳୟରେ ପରିଣତ କରିବାକୁ ଯାଇ ଉକ୍ତ ବିଦ୍ୟାଳୟର ଧ୍ୱଂସ ଏହାଙ୍କ ଜୀବଦ୍ଦଶାରେ ଘଟିଥିଲା]