ଗୋକ୍ଷୁର Gokshura
- ସଂ. ବି — ଔଷଧରେ ଲାଗିବା କଣ୍ଟକ ଫଳଯୁକ୍ତ ଗୁଳ୍ମ ବିଶେଷ; ବର୍ଷାୟୁ ଶାକବିଶେଷ; ଗୋଖରା — Tribulus Terrestris; a herbarious plant Pedalium murea
- ସଂ. ବି — [ଦ୍ର—ଏହାର ଫଳ ପାଞ୍ଚ— କୋଣିଆ ଓ କଣ୍ଟକଯୁକ୍ତ। ଏହା ଶୀତବୀର୍ଯ୍ୟ, ମଧୁରରସ, ମଧୁର-ବିପାକ, ବଳକାରକ, ମୂତ୍ରାଶୟ- ଶୋଧକ, ଅଗ୍ନିଦୀପକ, ଶୁକ୍ରବର୍ଦ୍ଧକ, ପୁଷ୍ଟିକର। ଏହା ଅଶ୍ମରୀ, ପ୍ରମେହ, ଶ୍ୱାସ, କାସ, ଅର୍ଶ, ମୂତ୍ରକୁଚ୍ଛ୍ର, ହୃଦ୍ରୋଗ ଓ ବାୟୁନାଶକ।
- ସଂ. ବି — ଏଥିର ମଞ୍ଜି ଶୀତବୀର୍ଯ୍ୟ, ମୂତ୍ର-କାରକ, ବୃଷ୍ୟ, ଓ ଆୟୁର୍ବଦ୍ଧକ ଏବଂ ଏହା ଶୋଥ, ଶୁକ୍ରମେହ ଓ ମୂତ୍ରକୁଚ୍ଛ୍ରରେ ବ୍ଯବହୃତ ହୁଏ। ଏ ଗଛ ବାଲିଆ ମାଟିରେ, ପଡ଼ିଆରେ ଓ ସମୁଦ୍ରପନ୍ତାରରେ ପୁରୀ ଓ କଟକ ଜିଲ୍ଲାରେ ଜାତ ହୁଏ।]
- ସଂ. ବି — ଗୋରୁର ଖୁରା — Cow's hoof