ଗୃହସ୍ଥ Gṛuhastha

  • ସଂ. ବି. ପୁଂ. (ଗୃହ+ସ୍ଥା ଧାତୁ+କର୍ତ୍ତୃ. ଅ) — ସଂସାରୀ; ଗୃହସ୍ୱାମୀ; ଗୃହକର୍ତ୍ତା; ଗୃହସ୍ଥାଶ୍ରମୀ — A house-holder; the head of a family; a family-man; one who has entered into the second stage of life
  • ସଂ. ବି. ପୁଂ. (ଗୃହ+ସ୍ଥା ଧାତୁ+କର୍ତ୍ତୃ. ଅ) — (ନୁହେଁ ଗରିବ ନୁହେଁ ଧନୀ) ସାଧାରଣ ଭଦ୍ର ପରିବାରର ଘରକରଣା ଲୋକ — A family-man who is neither rich nor poor
  • ସଂ. ବିଣ. ପୁଂ — ଘରେ ଥିବା — Situated or contained in the house
  • ଦେ. ବି — ସ୍ୱାମୀ; ଗେରସ୍ତ — Husband
  • ଦେ. ବି — କେଉଁଠାରେ ନାହିଁ ଗୃହସ୍ଥ ଥିବ ଜୀଇଁ, ଅନ୍ୟପତି ଇଚ୍ଛା କରିବ ନାରୀ ହୋଇ। କୃଷ୍ଣସିଂହ, ମହାଭାରତ, ବନ।