ଗୁଡ଼ିଆ ଜାତି Guṟḍ̠iā jāti

  • ଦେବି — ମୁଢ଼ି, ଉଖୁଡ଼ା, ମିଠେଇ ପ୍ରସ୍ତୁତକାରୀ ଶୂଦ୍ରଜାତି ବିଶେଷ — A Ṡūdra caste of sweetmeat-makers
  • ଦେବି — [ଦ୍ର—ଏମାନେ ନାଗସାପ ବା କାଶ୍ୟପ ଗୋତ୍ରୀ, ଏମାନଙ୍କର ଚାରି ଜାତି; ଯଥା—ଭଦରଖି, ହଳଦିଆ, ଝୁମୁକା ଓ ମଇରା। ଝୁମୁକାଜାତି ଛଡ଼ା ଅନ୍ଯ ତିନି ଜାତିର ସ୍ତ୍ରୀମାନେ ନାକରେ କିଛି ଅଳଙ୍କାର ପିନ୍ଧନ୍ତି ନାହିଁ। ଏମାନଙ୍କ ମଧ୍ୟରେ ପିଲା ଓ ବଡ଼ କନ୍ଯା ଉଭୟ ବିବାହ ଚଳେ। ଏମାନେ ହେଁସକାନିଆ ବା ହାଟୁଆ। ଜାତିଆଣ ଭୋଜୀରେ ପୁରୁଷମାନେ ରାନ୍ଧନ୍ତି। ଗଣେଶ ଏମାନଙ୍କର ଇଷ୍ଟଦେବତା ଓ ଗଣେଶ ଚତୁର୍ଥୀ ପ୍ରଧାନ ପର୍ବ। ଏମାନଙ୍କ ଜାତିରେ ବେହେରା ଥାଏ। ପାତକ ପ୍ରାୟଶ୍ଚିତ୍ତ ପ୍ରଭୃତି କାର୍ଯ୍ୟରେ ଆଗପତୁରିଆ ବା ବୈଷ୍ଣବ ଗୋସାଇଁ ଆଗେ ଖାଇଲେ ତାପରେ ଅନ୍ୟମାନେ ଖାଆନ୍ତି। ଏମାନଙ୍କ ମଧ୍ୟରେ ପ୍ରଚଳିତ ସାହି ଓ ପରଗଣା ନେଇ ସାହି ସଭା ଓ ପରଗଣା ସଭା ହୁଏ।
  • ଦେବି — ହଳଦିଆ ହଳଦୀ ଚାଷ କରନ୍ତି ଓ ଝୁମୁକା ଝୁମୁଝୁମୁ କରି ଦ୍ୱାରେ ଦ୍ୱାରେ ବୁଲି ମୁଢ଼ି ଉଖୁଡ଼ା ବିକନ୍ତି।]
  • ଦେବି — ଶାସ୍ତ୍ର ଅନୁସାରେ ଗୁଡ଼ିଆମାନେ ବର୍ଣ୍ଣସଙ୍କର ଜାତି, ପିତା ବୈଦେହ ମାତା ମୈତ୍ରେୟ।]