ଗୁରୁମୁଖୀ Gurumukhī

  • ଦେ. ବି — ଶିଖ ଜାତିର ବ୍ଯବହୃତ ବର୍ଣ୍ଣମାଳା — The alphabet of the Sikhas
  • ଦେ. ବି — [ଦ୍ର—ଏହା ଶିଖ ଗୁରୁ ନାନାକଙ୍କ ପ୍ରବର୍ତ୍ତିତ ଲିପି। ଶିଖ ଧର୍ମ ଗ୍ରନ୍ଥମାନ ଏହି ଲିପିରେ ଲିଖିତ। ସାଧାରଣ ଲେଖାଲେଖିରେ ଶିଖମାନେ ପଞ୍ଜାବୀ (ଦେବନାଗର) ଓ ଉର୍ଦ୍ଦୁଲିପି ବ୍ଯବହାର କରନ୍ତି। ଶିଖ ଗୁରୁମାନେ ଧର୍ମ ଗ୍ରନ୍ଥ ସକଳ ମୁସଲମାନଙ୍କଠାରୁ ଲୁଚାଇ ମୁସଲମାନଙ୍କ ଅତ୍ୟାଚାରରୁ ଏ ସବୁ ରକ୍ଷା କରିବାକୁ ଦେବନାଗର ଅକ୍ଷରକୁ ବଦଳାଇ ତାହାରି ଛାଞ୍ଚରେ 'ଗୁରୁମୁଖୀ' ଅକ୍ଷର ତିଆରି କରିଥିଲେ।]