ଗୁମ୍ଫା Gumphā
- ଦେ. ବି. — (ସଂ. ଗୁମ୍ଫା)—ଗୁଚ୍ଛ; ପେନ୍ଥା — Bunch
- ଦେ. ବି. — ବାହୁର ଅଳଙ୍କାର ବିଶେଷ; ବିଦ; ବାହୁର ବାଙ୍କ— ଡେଉଁରିଆ — An armlet consisting of several amulet-pieces strung together
- ଦେ. ବି. — ଖଡ଼ିକା ବା କାଠିରେ ଗୁନ୍ଥା ଫୁଲର ତୋଡ଼ା; ଫୁଲ— ଗଭା — Nosegay
- ଦେ. ବି. — (ସଂ. ଗୁହା; ତୁଳ. ସଂ. ଗୁପ୍ ଧାତୁ=ଗୋପନ କରିବା) ପର୍ବତଗୁହା — Mountain-cave
- ଦେ. ବି. — ପର୍ବତରେ ଖୋଳା ଯାଇଥିବା ଗୁହା — 4. Cave dug into a mountain; artificial cave