ଗୁଣ୍ଡିଚା Guṇḍichā

  • ସଂ. ବି. ସ୍ତ୍ରୀ — ଓଡ଼ିଶାର ପ୍ରାଚୀନ ନରପତି ଜଗନ୍ନାଥଦେବଙ୍କ ପ୍ରତିଷ୍ଠାତା ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କ ରାଣୀ — Name of the queen of Indradyumna who established Lord Jagannath at Puri
  • ସଂ. ବି. ସ୍ତ୍ରୀ — ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା — The car festival of Lord Jagannath at Puri
  • ସଂ. ବି. ସ୍ତ୍ରୀ — ଧୂଳିଆ ଗୁଣ୍ଡିଚା କାଦୁଆ ଗମା, ଚଷା ବୋଲେ ଧାନ ହାଟକୁ ନେମା— କୃଷିବଚନ।
  • ସଂ. ବି. ସ୍ତ୍ରୀ — [ଦ୍ର—ଆଷାଢ଼ ଶୁକ୍ଳ ଦ୍ୱିତୀୟାଦିନ ପୁରୀର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା 3 ଟି ରଥରେ ବସି ସପ୍ତାହକ ନିମନ୍ତେ ଉଦ୍ୟାନ—ମଣ୍ଡପକୁ ଯିବା ଉପଲକ୍ଷେ ଯାତ୍ରା କରନ୍ତି। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ଡିଚା ଦେବୀ ଏ ଉତ୍ସବର ପ୍ରତିଷ୍ଠାତ୍ରୀ। ଯେଉଁ ଯେଉଁ ସ୍ଥାନମାନଙ୍କରେ ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠିତ ସେ ସେ ସ୍ଥାନରେ ମଧ୍ୟ ଏ ରଥଯାତ୍ରା ଉତ୍ସବ ପାଳିତ ହୁଏ।] — [ଦ୍ର—ଆଷାଢ଼ ଶୁକ୍ଳ ଦ୍ୱିତୀୟାଦିନ ପୁରୀର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା3ଟି ରଥରେ ବସି ସପ୍ତାହକ ନିମନ୍ତେ ଉଦ୍ୟାନ—ମଣ୍ଡପକୁ ଯିବା ଉପଲକ୍ଷେ ଯାତ୍ରା କରନ୍ତି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ଡିଚା ଦେବୀ ଏ ଉତ୍ସବର ପ୍ରତିଷ୍ଠାତ୍ରୀ ଯେଉଁ ଯେଉଁ ସ୍ଥାନମାନଙ୍କରେ ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠିତ ସେ ସେ ସ୍ଥାନରେ ମଧ୍ୟ ଏ ରଥଯାତ୍ରା ଉତ୍ସବ ପାଳିତ ହୁଏ]
  • ଦେ. ବି. ପୁଂ — ଲୋକଙ୍କ ନାମ — A name given to males