ଗୁଞ୍ଜିବା Gun̄jibā
- ଦେ. କ୍ରି (ସଂ. ଚୁଞ୍ଜ ଧାତୁ) — ଗୁଣୁଗୁଣୁ ଶବ୍ଦ କରିବା — To hum
- ଦେ. କ୍ରି (ସଂ. ଚୁଞ୍ଜ ଧାତୁ) — ବିହଙ୍ଗମିଥୁନେ କୂଜନ୍ତି, ମତ୍ତ ମଧୁପ ଯେ ଗୁଞ୍ଜନ୍ତି—ଜଗନ୍ନାଥ, ଭାଗବତ।
- ଦେ. କ୍ରି (ସଂ. ଚୁଞ୍ଜ ଧାତୁ) — (ତୁଳ. ଫା. ଗୁଂଜାନ୍=ଘନ; ଅବିରଳ; ଗୁଂଜାଇସ୍= ସ୍ଥାନ; ଜାଗା; ସୁବିଧା)—କୌଣସି ପଦାର୍ଥକୁ ଅନ୍ଯ ପଦାର୍ଥମାନଙ୍କ ମଧ୍ୟରେ ଠେଲି ପୂରାଇବା — To thrust or force a thing into other things
- ଦେ. କ୍ରି (ସଂ. ଚୁଞ୍ଜ ଧାତୁ) — ଦୁଇଟି ଲେଖା ମଧ୍ୟରେ ନୁଆ ଲେଖା ପୂରାଇବା — To interpolate
- ଦେ. କ୍ରି (ସଂ. ଚୁଞ୍ଜ ଧାତୁ) — (ସଂ. ଗୂହ ଧାତୁ=ଗୋପନ କରିବା) କୌଣସି ପଦାର୍ଥକୁ ଗୁପ୍ତ ସ୍ଥାନରେ (ଅଣ୍ଟାରେ, ଲୁଗା ଭିତରେ) ଲୁଚାଇବା — To secrete a thing
- ଦେ. କ୍ରି (ସଂ. ଚୁଞ୍ଜ ଧାତୁ) — (ଲକ୍ଷଣାର୍ଥ) ଅନିଚ୍ଛାସତ୍ତ୍ୱେ ବା ଅଯାଚିତଭାବରେ କୌଣସି ବ୍ଯକ୍ତିକୁ କୌଣସି ପଦାର୍ଥ ଦେବା — To force a thing to a person unasked or against his consent
- ଦେ. କ୍ରି (ସଂ. ଚୁଞ୍ଜ ଧାତୁ) — (ଯଥା—ବାଳୁତବିଧବାଠେଇଁ ଗାଁଆଁବାଲା ଗୋଟାଏ ପୁଅ ଗୁଞ୍ଜିଦେଲେ।)