ଗୁଗୁପାଞ୍ଚି Gugupān̄chi

  • ଗ୍ରା. ବି. — ବଡ଼ ମଣିଷ ଚିତି ହୋଇ ଶୋଇ ଆଣ୍ଠୁକୁ ଉପରକୁ ଟେକି ଗୋଡ଼ରେ ପିଲାଙ୍କୁ ବସାଇ ଖେଳାଇବାର ରୀତିବିଶେଷ — The mode of rocking a child by putting him on the chair-like seat formed by the feet and legs of the elderly man while sleeping on the back
  • ଗ୍ରା. ବି. — [ଦ୍ର—ବଡ଼ମଣିଷ ଚିତି ହୋଇ ଶୋଇ ଗୋଡ଼କୁ ଟେକି ଓ ଆଣ୍ଠୁ ଠାରୁ ଭାଙ୍ଗି ଦୁଇ ଗୋଡ଼ ଓ ପାଦମଧ୍ୟସ୍ଥ ଚଉକିଭଳି ସ୍ଥାନରେ ଶିଶୁକୁ ଦୋଳି ଖେଳାଇ ପଚାରୁଥାନ୍ତି, ''କାହା ପତରେ ଖାଇବୁ" ଶିଶୁ ଉତ୍ତର କରେ, "ବାପା ପତରେ"। ଏହିପରି ଅନେକ ଥର ପଚାରିବାରୁ ଶିଶୁ ଭିନ୍ନ ଭିନ୍ନ ବ୍ଯକ୍ତିଙ୍କ ପତରେ ଖାଇବ ବୋଲି ଉତ୍ତର କରେ। ଶେଷକୁ ବଡ଼ ମଣିଷ ପଚାରନ୍ତି, "ସୁନାଗାଡ଼ିଆରେ ପଡ଼ିବୁ କି ଗୁହୁ ଗାଡ଼ିଆରେ ପଡ଼ିବୁ?" ଶିଶୁ ଯାହା ଉତ୍ତର କରେ ତଦନୁସାରେ ବଡ଼ ମଣିଷ ଆପଣାର ଗୋଟିଏ କଡ଼ରେ ସୁନାଗଡ଼ିଆ ଓ ଅନ୍ଯ କଡ଼ରେ ଗୁହ ଗଡ଼ିଆ ଥିବାର କଳ୍ପନା କରି ଶିଶୁଙ୍କୁ ସେହି ଅବସ୍ଥାରେ ଏକ ପାଖକୁ ଦୋହଲାଇ ଅନ୍ଯ ପାଖକୁ ଘେନି ଆସି ସେହି କଡ଼ରେ କଳ୍ପିତ ଗୁହଗଡ଼ିଆରେ ଖସାଇ ପକାଇ କହନ୍ତି, "ଗୁହୁ ଗଡ଼ିଆରେ ଧୋଉଁ ଧୋଉଁ ସୁନା ଗଡ଼ିଆରେ ପକାଇ ଦେଉଁ"। ଶିଶୁର ଏହି ଖେଳକୁ 'ଗୁଗୁପାଞ୍ଚି' କହନ୍ତି।]