ଗିର୍ଣ୍ଣାର Girṇṇāra
- ଦେ. ବି (ସଂ. ଗିରି ନଗର) — ଦକ୍ଷିଣାପଥର ଜିଲ୍ଲାବିଶେଷ — A District in South India
- ଦେ. ବି (ସଂ. ଗିରି ନଗର) — ଗୁଜରାଟର ପର୍ବତବିଶେଷ — Name of a mountain in Gujrat
- ଦେ. ବି (ସଂ. ଗିରି ନଗର) — [ଦ୍ର—ଏହା କାଥିଆବାଡ଼ ମଧ୍ୟସ୍ଥିତ ଜୁନାଗଡ଼ ନଗରର ନିକଟକର୍ତ୍ତୀ। ଏହାର ପାଞ୍ଚଗୋଟି ପ୍ରଧାନ ଶୃଙ୍ଗ ପୂର୍ବରୁ ପଶ୍ଚିମ ଦିଗକୁ ବିସ୍ତୃତ। ପ୍ରଥମ ଶୃଙ୍ଗରେ ଜୈନମାନଙ୍କର ଉପାସ୍ୟ ଦେବତା ନେମିନାଥଙ୍କ ମନ୍ଦିର ଓ ଗୋମୁଖୀ କୁଣ୍ଡ ଅଛି। ଶ୍ରୀଭଗବାନଙ୍କ ଅଂଶରେ ମୁନିପତ୍ନୀ ଅନସୂୟାଙ୍କ ଗର୍ଭଜାତ ସନ୍ତାନ ଦତ୍ତାତ୍ରେୟ ଋଷି ଏକ ଶୃଙ୍ଗରେ ଜନ୍ମପରିଗ୍ରହ କରିଥିଲେ। ଏହି ପର୍ବତର ଏକାଂଶରେ ଏକ ବୃହତ୍ ବୌଦ୍ଧଶିଳାଲିପି ଅଛି।
- ଦେ. ବି (ସଂ. ଗିରି ନଗର) — ପୁରାଣପ୍ରସିଦ୍ଧ ରୈବତକ ପର୍ବତର ଆଧୁନିକ ନାମ ଗିର୍ଣ୍ଣାର; ଏହା ଜୈନମାନଙ୍କର ଏକ ତୀର୍ଥ। ଏ ପର୍ବତର ଗୁହାମାନଙ୍କରେ ଅନେକ ତାନ୍ତ୍ରିକ ଯୋଗୀ ଓ ଯୋଗିନୀ ବାସ କରନ୍ତି।]