ଗାଧୁଆବେଳ Gādhuābeḻa

  • ଦେ. ବି. (ସଂ. ଗାତ୍ରଧାବନ+ବେଳା) — ସାଧାରଣ ଲୋକଙ୍କର ଗାଧୋଇବା ସମୟ — Bathing time
  • ଦେ. ବି. (ସଂ. ଗାତ୍ରଧାବନ+ବେଳା) — [ଦ୍ର—ସାଧାରଣତଃ ଯେଉଁ ସମୟରେ ଭିନ୍ନ ଭିନ୍ନ ବ୍ଯବସାୟରତ ବ୍ଯକ୍ତିମାନେ ବା ଜୀବମାନେ ସ୍ନାନ କରନ୍ତି ସେହି ସେହି ସମୟକୁ ସେହି ସେହି ନାମ ଯୁକ୍ତ ଗାଧୁଆବେଳ କହନ୍ତି; ଯଥା — ଭୂଆଶୁଣୀଗାଧୁଆ ବେଳ ବା ରାନ୍ଧୁଣୀଗାଧୁଆ ବେଳ=ପ୍ରାୟ ସକାଳ7ଟା; କଅଁଳ ଗାଧୁଆ ବେଳ=ପ୍ରାୟ ସକାଳ9ଟା; ଟାଣ ଗାଧୁଆ ବେଳ=ପ୍ରାୟ ଦିନ11ଟା; ମୁଲିଆ ଗାଧୁଆ ବେଳ=ପ୍ରୟ ଦିନ12ଟା; ଗାଈ ଗାଧୁଆ ବେଳ=ପ୍ରାୟ ଅପରାହ୍ନ4ଟା; ଚଢ଼େଇ ବା କୁଆ ଗାଧୁଆ ବେଳ=ପ୍ରାୟ ସନ୍ଧ୍ୟା5ଟା]