ଗଳବସ୍ତ୍ର Gaḻabastra
- ସଂ. ବିଣ. (ବହୁବ୍ରୀହି; ଗଳ+ବସ୍ତ୍ର) — ବେକରେ ଲୁଗା ପକାଇ ଅନୁସରଣ କରୁଥିବା; ବିନୟ, ହୀନତା, ଦୈନ୍ୟ ପ୍ରଭୁତି ପ୍ରକାଶାର୍ଥ ଯେଉଁ ବ୍ଯକ୍ତି ପରଆଗରେ ବେକରେ ଲୁଗା ପକାଇ ଠିଆ— ହୋଇଥାଏ — In an attitude of abject humility with a piece of cloth thrown round one's neck
- ସଂ. ବିଣ. (ବହୁବ୍ରୀହି; ଗଳ+ବସ୍ତ୍ର) — ମାନସେ କରି ପୂଜନ କରି ଆତ୍ମନିବେଦନ ଗଳବସ୍ତ୍ର ହୋଇ କୃପା ଭିକ୍ଷା କରିବି। ନୀଳମଣି—ଭକ୍ତିଧାରା।
- ସଂ. ବିଣ. (ବହୁବ୍ରୀହି; ଗଳ+ବସ୍ତ୍ର) — [ଦ୍ର—ଆମ ଦେଶରେ ଅତି ଦୈନ୍ୟସୂଚକ ପ୍ରାର୍ଥନା ବେଳେ 'ବେକରେ ପାଳଦଉଡ଼ି', 'ଦାନ୍ତରେ କୁଟା' ଧରିବାର ରୀତି ଅଛି।]