ଗର୍ଭଣାଗଛ Garbhaṇā

  • ଦେ. ବି. (ସଂ. ବହୁବାର) — ଛୋଟ ବନ୍ୟ ଓ ଗ୍ରାମ୍ୟ ତରୁବିଶେଷ — A wild tree; Cordiamyxa; the narrow-leaved sepistum
  • ଦେ. ବି. (ସଂ. ବହୁବାର) — [ଦ୍ର—ଏ ଗଛ ବଙ୍କାଟଙ୍କା, କାଠ ଧଳା ଓ ହାଲୁକା, ଡାଳଗୁଡ଼ିକ ଝାମ୍ପୁଡ଼ ହୋଇ ବଢ଼େ। ପତ୍ର ଏକୋତ୍ତର ଓ ଆଣ୍ଡାକାର ଫୁଲ ଧଳା ଓ ଛୋଟ, ଗ୍ରୀଷ୍ମ ଦିନେ ଫୁଟେ। ଫଳ ବରକୋଳି ପରି ଗୋଲ ଓ ପାଚିଲେ ହଳଦିଆ ଦିଶେ। ଫଳ ଭିତର ଚଟଚଟିଆ ଅଠାଳିଆ ବୈଦ୍ୟଶାସ୍ତ୍ର ମତରେ ଏହା ବିଷ, ବିଷ୍ଫୋଟକ, ବ୍ରଣ, ବିସର୍ପ, କୁଷ୍ଠ, କଫ ଓ ପିତ୍ତନାଶକ, ଏହା କେଶର ହିତକର; ଅପକ୍ୱ ଫଳ ବିଷ୍ଠମ୍ଭୀ, ରୁକ୍ଷ, ପିତ୍ତ, କଫ ଓ ରକ୍ତ— ଦୋଷନାଶକ; ପକ୍ୱ ଫଳ ମଧୁର ରସ, ସ୍ନିଗ୍ଧ, କଫକର, ଶୀତବୀର୍ଯ୍ୟ ଓ ଗୁରୁ। ଗର୍ଭଣା ସଂକ୍ରାନ୍ତି ଦିନ ଏ ଗଛର ଡାଳ (ଗର୍ଭଣା କାଠି) ଖଣ୍ଡକୁ ନେଇ ଧାନ କିଆରିରେ ଲୋକେ ପୋତନ୍ତି।]