ଗମ୍ହାଡକରା Gamhāḍakarā

  • ପ୍ରାଦେ. (ପୁରୀ) ବି — ଗମ୍ହାପୂର୍ଣ୍ଣିମୀଦିନ ଗମ୍ହାବେଦୀଠାରେ ବଳଦେବଙ୍କୁ ଭୋଗ ହୋଇଥିବା ହକରା ନେବାକୁ ଉପସ୍ଥିତ ହେବାପାଇଁ ବ୍ରାହ୍ମଣଶାସନଗ୍ରାମବାସୀ ମହାଜନମାନଙ୍କୁ ତାଲିକା ଅନୁସାରେ ଆହ୍ୱାନ କରିବା — Summons or call to the villagers of a Brahman Ṡāsan to take their respective shares of the offering made at the Gamhā-bedi on the Gamhā-pūṇṇimā day
  • ପ୍ରାଦେ. (ପୁରୀ) ବି — ବିବାହର ପ୍ରଥମ ବର୍ଷମଧ୍ୟରେ ଗମ୍ହାପୂର୍ଣ୍ଣିମୀଦିନ ଶଶୁରଘରକୁ ଯିବାପାଇଁ ଜ୍ୱାଇଁକୁ ନିମନ୍ତ୍ରଣ — Invitation sent to the son-in-law to attend the father-in-law's house on the Gamhāpūrṇṇamī during the first year of marriage
  • ପ୍ରାଦେ. (ପୁରୀ) ବି — [ଦ୍ର—ବିବାହର ପ୍ରଥମବର୍ଷ ମଧ୍ୟରେ ଜ୍ୱାଇଁକୁ ଶ୍ୱଶୁରଘରକୁ କୁମାରପୂର୍ଣ୍ଣିମୀ, ଗମ୍ହାପୂର୍ଣ୍ଣିମୀ, ପାଣ୍ଡୁ ବା ମତାନ୍ତରେ ପୁଷ୍ପ ପୂର୍ଣ୍ଣମୀ ଓ ଦୋଳପୂର୍ଣ୍ଣମୀକୁ ନିମନ୍ତ୍ରଣ କରାଯାଇ ନୂଆଲୁଗା ଦିଆଯାଏ।]