ଗନ୍ଧମାର୍ଜ୍ଜାର Gandhamārjjāra

  • ସଂ. ବି (ମଧ୍ୟପଦଲୋପୀ; ଗନ୍ଧଯୁକ୍ତ ମାର୍ଜ୍ଜାର) — ଶାଳିଆପତନୀ ନାମକ ନେଉଳ ଜାତୀୟ ବନ୍ୟ ଜୀବ; ଖଟ୍ଟାଶ — The small civet-cat; Viverricula Malacencusis; a variety of pole-cats
  • ସଂ. ବି (ମଧ୍ୟପଦଲୋପୀ; ଗନ୍ଧଯୁକ୍ତ ମାର୍ଜ୍ଜାର) — [ଦ୍ର—ଏହାର ଲାଞ୍ଜ ମୋଟ ଓ ଲୋମବିଶିଷ୍ଟ। ଦେହର ବର୍ଣ୍ଣ କୃଷ୍ଣାଭ ପାଉଁଶିଆ। ଏହାର ଅଣ୍ଡକୋଷରୁ ଏକପ୍ରକାର ଗନ୍ଧଦ୍ରବ୍ୟ ବାହାରେ; ଏହା ସାମାନ୍ୟ କସ୍ତୁରୀ ପରି ଗନ୍ଧବିଶିଷ୍ଟ।]