ଗନ୍ଧଭଦ୍ରା Gandhabhadrā

  • ସଂ. ବି — ଦୁର୍ଗନ୍ଧ ଲତାବିଶେଷ; ପ୍ରସାରଣୀ ଲତା; ପସାରୁଣୀ ଲତା — Paedoria Foetida (creeper)
  • ସଂ. ବି — [ଦ୍ର—ଏହାର ଫୁଲ କଳମ ସାଗର ଫୁଲପରି ଦେଖାଯାଏ ଓ ଶରତ୍ କାଳରେ ଫୁଟେ। ରାତିରେ ଏ ଲତାରୁ ଦୁର୍ଗନ୍ଧ ବାହାରେ। ଏହାର ପତ୍ରକୁ ଝୋଳ କିମ୍ବା ତରକାରି କରି ଖାଇଲେ ଅନେକ ରୋଗରେ ଉପକାର ହୁଏ। ଏହି ପତ୍ରର ରସ ମର୍ଦ୍ଦନ କଲେ ଅଙ୍ଗ ପ୍ରସାରିତ ହୁଏ ବୋଲି ଏହାର ନାମ ପ୍ରସାରଣୀ; ଏ ଲତାର ପତ୍ର ଗନ୍ଧାଏ, କିନ୍ତୁ ଏ ପତ୍ରକୁ ତରକାରି କଲେ ତରକାରିରେ ଦୁର୍ଗନ୍ଧ ଆଦୌ ରହେନାହିଁ।]