ଗଦଗଦ Gadagada

  • ସଂ. ବି. (ଗଦ୍ ଧାତୁ=କହିବା+ଗଦ, ଧ୍ୱନ୍ୟନୁକରଣ) — ଅସ୍ପଷ୍ଟ ଉଚ୍ଚାରଣ — Indistinct utterance
  • ଦେ. ଅ. (ସଂ. ଗଦ୍ଗଦ୍) — ଆନନ୍ଦାତିଶଯ୍ୟଜନିତ ପୁନଃ— ପୁନଃ କମ୍ପନ ସହ ଉଚ୍ଚାରିତ ବାକ୍ୟର ଅବ୍ୟକ୍ତ ଅବସ୍ଥା — The state of the voice being choked by a paroxysm of joy
  • ଦେ. ଅ. (ସଂ. ଗଦ୍ଗଦ୍) — ନଦୀ ବା ପ୍ରପାତାଦିର ଜଳର ଉଚ୍ଚରୁ ପତନ ହେବା ଶବ୍ଦର ଅନୁକରଣ; ମେଘର ଗମ୍ଭୀର ଶବ୍ଦର ଅନୁକରଣ — Rumbling or roaring sound (of water falling down from high or of thunder.)
  • ଦେ. ବିଣ. (ସଂ. ଗଦ୍ଗଦ) — ଭାବବିହ୍ୱଳ କଣ୍ଠ; ଗଭୀର ଉଲ୍ଲାସ ବା ଦୁଃଖ ଯୋଗୁଁ ରୁଦ୍ଧକଣ୍ଠ — With a voice choked in a paroxysm of feeling
  • ଦେ. ବିଣ. (ସଂ. ଗଦ୍ଗଦ) — ଭାବାତିଶଯ୍ୟ ଯୋଗୁ କମ୍ପିତ ସ୍ୱର — With a tremulous voice due to intense feeling
  • ଦେ. ବିଣ. (ସଂ. ଗଦ୍ଗଦ) — ଧରି ମୋ ପିତାଙ୍କ ପଦ କହନ୍ତି ମା ଗଦଗଦ—ମଧୁସୂଦନ, ଛାନ୍ଦମାଳା।
  • ଦେ. ବିଣ. (ସଂ. ଗଦ୍ଗଦ) — ଆନନ୍ଦ, ପ୍ରେମ, ଭକ୍ତି ଆଦିରେ ଯାହାର ପାଟି ଖନି ମାରିଯାଏ କିମ୍ବା କଣ୍ଠନିଃସୃତ ସ୍ୱର ସ୍ପଷ୍ଟରୂପେ ବୁଝା ପଡ଼େ ନାହିଁ — Deprived of the power of clear or articulate expression owing to intensity of joy, love or devotion
  • ଦେ. ବିଣ. (ସଂ. ଗଦ୍ଗଦ) — ମିତ୍ରହିଁ ଧରି ତାଙ୍କ ପାଦ, ଦୁହେଁ ଆନନ୍ଦେ ଗଦଗଦ— ଭୂପତି, ପ୍ରେମପଞ୍ଚାମୃତ।
  • ଦେ. କ୍ରି. ବିଣ — ଗଦ୍ଗଦ (ଦେଖ) — Gadgada (See)