ଗଟାପର୍ଚା Gaṭāparchā

  • ବୈଦେ. ବି. (ମାଳୟ ଭାଷା. ଗଟା=ଅଠା+ପର୍ଚା=ଗଛ; ଇଂ. ଗଟ୍ଟାପର୍ଚା) — ମାଳୟ ଦ୍ୱୀପପୁଞ୍ଜର କେତେକ ବୃକ୍ଷର ଅଠାକୁ ଶୁଖାଇ ଘନୀଭୂତ କରି ତହିଁରୁ ପ୍ରସ୍ତୁତ କରିବା ରବରପରି ବସ୍ତୁ — Guttapercha
  • ବୈଦେ. ବି. (ମାଳୟ ଭାଷା. ଗଟା=ଅଠା+ପର୍ଚା=ଗଛ; ଇଂ. ଗଟ୍ଟାପର୍ଚା) — [ଦ୍ର—ଏହା ରବର ପରି କୋମଳ କିନ୍ତୁ ରବରଠାରୁ ବହୁକାଳ ସ୍ଥାୟୀ, ଏହା ବିଜୁଳିବତି ଓ ଟେଲିଗ୍ରାମ ଆଦିର ତାର ଉପରେ ମଡ଼ା— ଯାଏ ଓ ଏଥିରେ ନାନାଦି ଖେଳନା ତିଆରି ହୁଏ।]