ଗଜୋଦ୍ଧରଣ ବେଶ Gajoddharaṇa beṡa

  • ସଂ. ବି. (ଗଜୋଦ୍ଧରଣ+ବେଶ) — ଜଗନ୍ନାଥଆଦି ଦେବବିଗ୍ରହଙ୍କର ବିଷ୍ଣୁଙ୍କର କୁମ୍ଭୀରମୁଖରୁ ଗଜୋଦ୍ଧରଣରୂପ ପୌରାଣିକ ଉପାଖ୍ୟାନର ଅଭିନୟରୂପକ ବେଶ — The fitting up of the image of Lord Jagannātha in the act of rescuing the elephant from the grip of an alligator as narrated in Hindu Mythology
  • ସଂ. ବି. (ଗଜୋଦ୍ଧରଣ+ବେଶ) — [ଦ୍ର—ଏହି ଗଜୋଦ୍ଧରଣବେଶ କରିବା ଉପଲକ୍ଷରେ ଜଗନ୍ନାଥଙ୍କ ବିଗ୍ରହରେ ଚତୁର୍ଭୁଜ ଓ ସୁଦର୍ଶନଚକ୍ର ଓ ଗୋଡ଼ ଆଦି ଖଞ୍ଜି, ତାଙ୍କ ଗୋଡ଼ ତଳେ ଗୋଟିଏ ହାତୀକୁ କୁମ୍ଭୀର ଧରି ଥିବାର ମୂର୍ତ୍ତି ଖଞାଯାଏ। ପୂର୍ବେ କେବଳ ଜଗନ୍ନାଥଙ୍କ ମୂର୍ତ୍ତିଙ୍କୁ ଗଜୋଦ୍ଧରଣ— ବେଶରେ ସଜ୍ଜିତ କରା ଯାଉଥିଲା। ଏବେ ସ୍ଥାନେ ସ୍ଥାନେ (ଯଥା— ସତ୍ୟବାଦୀରେ) ଶ୍ରୀକୃଷ୍ଣ ଓ ବିଷ୍ଣଙ୍କର ଅନ୍ଯ ବିଗ୍ରହମାନଙ୍କୁ ମଧ୍ୟ ଗଜୋଦ୍ଧରଣବେଶ କରାଯିବାର ଦେଖାଯାଏ। ପୁରୀରେ ମାଘ ପୂର୍ଣ୍ଣିମୀ ଦିନ ଶ୍ରୀଜଗନ୍ନାଥଙ୍କର ଗଜୋଦ୍ଧରଣ—ବେଶ ହୁଏ।