ଗଜଭୁକ୍ତ କପିତ୍ଥ ବତ୍ Gajabhukta kapittha bat

  • ଦେ. ପ୍ରବଚନ — ହାତୀ ଖାଇଥିବା କଇଥ ଫଳ ପରି ବାହାରେ ଅକ୍ଷୂଣ୍ଣ କିନ୍ତୁ ଭିତରଫମ୍ଫା (ପ୍ରବାଦ ଅଛି ଯେ ହାତୀକୁ କଇଥ ଫଳ ଖାଇବାକୁ ଦେଲେ ହାତୀଲଣ୍ଡିରେ କଇଥଟି ଗୋଟାସୁଦ୍ଧା ବାହାରେ; କିନ୍ତୂ ସେ କଇଥମଧ୍ୟସ୍ଥ ଶସ କିଛି ନ ଥାଏ ଓ କଇଥଟି ଫମ୍ପା ବାହାରେ) — Whole outside but empty inside (like a wood-apple which when swallowed whole by an elephant is said to pass out at the anus in its entirety, but on breaking the shell the apple is found to be quite empty within)
  • ଦେ. ପ୍ରବଚନ — [ଦ୍ର— କେହି କେହି କହନ୍ତି ଏହା ସତ୍ୟ। କିନ୍ତୁ ପରୀକ୍ଷା କରି ହାତୀକୁ କଇଥ ଖାଇବାକୁ ଦେଇ ଲେଖକ ଦେଖିଅଛନ୍ତି ଯେ ପ୍ରଥମେ ହାତୀ ସେ କଇଥଟିକୁ ମଡ଼ ମଡ଼ କରି ଚୋବାଇ ଖାଏ ଓ ହାତୀ ଲଣ୍ଡିରେ ଖଣ୍ଡ ଖଣ୍ଡ କଇଥର ଖୋଳ ବାହାରେ। କେହି କେହି କହନ୍ତି ଯେ ଗଜନାମକ ଏକଜାତୀୟ ପୋକ କଇଥ ଫଳ ମଧ୍ୟରେ ପଶି କଇଥର ଶସକୁ ଏପରି ଖାଆନ୍ତି ଯେ କଇଥର ଆକାରଟି ପୂର୍ବପରି ଥାଏ କିନ୍ତୁ ଭିତରଟି ଫମ୍ପା ହେଇଯାଏ। ଲକ୍ଷ୍ମୀ ପ୍ରସନ୍ନା ହେଲାବେଳେ ନଡ଼ିଆଭିତରେ ପାଣି ପଶିଲା ଭଳି (ନାରୀକେଳ ଫଳାମ୍ବୁବତ୍) ମନୁଷ୍ୟର ଘରେ ପଶନ୍ତି ଓ ଲକ୍ଷ୍ମୀ ଛାଡ଼ି ଗଲାବେଳେ ଗଜ ଖାଇଲା କଇଥ ଭଳି ମନୁଷ୍ୟର ଘର ଭିତର ଫମ୍ପା କରି ଦେଇ ଯାଆନ୍ତି। ଏହି କଥାର ଉପମାରେ ଏ ପ୍ରବଚନ ବ୍ଯବହୃତ ହୁଏ।]