ଖଡ଼ିଛୁଆଁ Khaṟḍ̠ichhuāñ

  • ଦେ. ବି — ହିନ୍ଦୁବାଳକର ସର୍ବପ୍ରଥମେ ହାତରେ ଖଡ଼ି ଧରିବାର ଅନୁଷ୍ଠାନ; ବାଳକର ବିଦ୍ୟାରମ୍ଭ— ସଂସ୍କାର — The initiation of a Hindu boy into the act of writing (one of the ceremonies which must be observed by every Hindu boy.)
  • ଦେ. ବି — [ଦ୍ର—ଏ ସଂସ୍କାର ସମୟରେ ଗୁରୁ ବା ପିତା ବାଳକହସ୍ତରେ ଖଡ଼ି ଖଣ୍ଡିଏ ଦେଇ ପ୍ରଥମେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ନାମ ଧରି ତିନିଗୋଟି ମୁଣ୍ଡଳା ଭୂମିରେ ଲେଖନ୍ତି; 'ସିଦ୍ଧିରସ୍ତୁ' (ସିଦ୍ଧିହେଉ) ବୋଲି ମୁଁହରେ ଉଚ୍ଚାରଣ କରି ପିଲାର ହାତକୁ ଧରି ସେହି ମୁଣ୍ଡଳା ଉପରେ ମଡ଼ାନ୍ତି। ଦ୍ୱିଜାତି ଶିଶୁର ଜୀବନର ଉପନୟନ ପର୍ଯ୍ୟନ୍ତ ଦଶଗୋଟି ସଂସ୍କାର ମଧ୍ୟରୁ ଏହା ନବମ ବା ବିଦ୍ୟାରମ୍ଭ—ସଂସ୍କାର।]