ଖଡ଼ି ପକାଇବା Khaṟḍ̠i pakāibā

  • ଦେ. କ୍ରି — ଭବିଷ୍ୟତ ଘଟନା ଜାଣିବା ନିମନ୍ତେ ଭୂମିରେ ଖଡ଼ିଦ୍ୱାରା ମୁଣ୍ଡଳା କାଟି ଫଳାଫଳ ନିର୍ଣ୍ଣୟ କରିବା — To draw lines on the ground by a piece of chalk in order to calculate one's fortune
  • ଦେ. କ୍ରି — ଶର୍ମା ନାମେ ମର୍ମାନ୍ୱେଷୀ ପକାଇବା ଖଡ଼ି—ମଧୁସୂଦନ, କବିତା।
  • ଦେ. କ୍ରି — [ଦ୍ର—କେହି କୌଣସି ପ୍ରଶ୍ନ କଲେ ଜ୍ୟୋତିଷିକ ବ୍ଯକ୍ତି ଭୂମିରେ ଖଡ଼ି ଦ୍ୱାରା ଜ୍ୟୋତିଷୋକ୍ତ ମଣ୍ଡଳ ଲେଖି ତହିଁ ମଧ୍ୟରୁ ମଣ୍ଡଳର ଯେଉଁ ଘରେ ଇଚ୍ଛା ସେ ଘରରେ ଖଡ଼ିଟି ଥୋଇ ଦେବା ନିମନ୍ତେ କୌଣସି ଉପସ୍ଥିତ ବ୍ଯକ୍ତିଙ୍କୁ ବା ଶିଶୁକୁ କହନ୍ତି; ଶିଶୁ ଯେଉଁ ଘର ଉପରେ ଖଡ଼ିଟି ରଖିଦିଏ ଗଣକ ତାହା ଦେଖି ପ୍ରଶ୍ନକର୍ତ୍ତାଙ୍କ କୃତ ପ୍ରଶ୍ନର ସଫଳତା ବା ନିଷ୍ଫଳତା ନିର୍ଣ୍ଣୟ କରନ୍ତି। ଏହି ପକ୍ରିୟାକୁ 'ଖଡ଼ି ପକାଇବା' ବୋଲାଯାଏ।]
  • ଦେ. କ୍ରି — ଖଡ଼ି ପକାଇବା ପ୍ରଣାଳୀ ଦ୍ୱାରା ଭବିଷ୍ୟତ ସମ୍ବନ୍ଧରେ ପ୍ରଶ୍ନର ସମାଧାନ କରିବା — To solve questions about a man's fortune by drawing lines and figures on the ground with a piece of chalk
  • ଦେ. କ୍ରି — ଗଲା ଗୁରୁବାର ଦିନ ଖଡ଼ି ପକାଇ କହିଥିଲେ ପରା। ଫକୀରମୋହନ, ଗଳ୍ପସ୍ୱଳ୍ପ।
  • ଦେ. କ୍ରି — ଫଳିତ ଜ୍ୟୋତିଷ ସମ୍ବନ୍ଧେ ଗଣନା କରିବା — To make astrological calculations