ଖୋଳ Khoḻa

  • ସଂ. ବି. (ସଂ. ଖୁ ଧାତୁ+ଳ) — ପଦାର୍ଥର ବାହ୍ୟ ଆବରଣ; ଘୋଡ଼ଣୀ — Outer cover or a case of a thing
  • ସଂ. ବି. (ସଂ. ଖୁ ଧାତୁ+ଳ) — ବଳ୍କଳ ଗଛର ଚୋପା ବା ଛାଲ ବା ଖୋଳପା — Bark or rind of a tree
  • ସଂ. ବି. (ସଂ. ଖୁ ଧାତୁ+ଳ) — ଶେଯ ଓ ତକିଆ ବା ମାଣ୍ଡିର ବହିରାବରଣ; ଗିଲାପ — The covering or case for a quilt or pillow
  • ସଂ. ବି. (ସଂ. ଖୁ ଧାତୁ+ଳ) — ମୃଦଙ୍ଗ ବାଦ୍ୟ — A longish drum covered with skin on both sides
  • ସଂ. ବି. (ସଂ. ଖୁ ଧାତୁ+ଳ) — ଫଳର ଖୋଳପା — Shell of a fruit
  • ସଂ. ବି. (ସଂ. ଖୁ ଧାତୁ+ଳ) — ବାସୁଙ୍ଗା; କଦଳୀ ଓ ବାଉଁଶଆଦି ଗଛର ଉପପତ୍ର ବା ଖୋଳପା — Stipule; bract
  • ସଂ. ବି. (ସଂ. ଖୁ ଧାତୁ+ଳ) — ସାପ ଓ ଅନ୍ଯାନ୍ୟ କୀଟଙ୍କ ଦେହର ଉପରେ ଥିବା ଟାଣୁଆଁ ଆବରଣ, ଯାହାକି ସମୟେ ସମୟେ ସେମାନେ ଛାଡ଼ନ୍ତି—(ହି. ଶବ୍ଦସାଗର) — Hard skin of serpents and some insects which is cast off at particular seaseoṅs
  • ସଂ. ବି. (ସଂ. ଖୁ ଧାତୁ+ଳ) — ମୋଟ ଚାଦର (ହି. ଶବ୍ଦସାଗର) — Coarse sheet
  • ପ୍ରାଦେ. (ବାଲେଶ୍ୱର) ବି. (ଜାହାଜିଆ ଶବ୍ଦ) — ଜାହାଜ ଭିତରେ ମାଲ ରହିବାର ଜାଗା; ନୌକାଦିର ଗର୍ଭ — The hold of a ship
  • ପ୍ରାଦେ. (ବାଲେଶ୍ୱର) ବି. (ଜାହାଜିଆ ଶବ୍ଦ) — ସେ ଜାହାଜ ଚାପଦାର ଆଉ ଖୋଳ ଭିତରୁ ଦୁଇକୋଡ଼ିରୁ ବଳିବେ ଖପ୍ ଖପ୍ କରି ଆମ ଜାହାଜରୁ ଡେଇଁ ପଡ଼ିଲେ—ଫକୀରମୋହନ. ଗଳ୍ପସ୍ୱଳ୍ପ।