ଖୋଳିବା Khoḻibā

  • ଦେ. କ୍ରି. — (ସଂ. ଖନ ଧାତୁ; ତୁଳ. ପ୍ରା—ଖୁଡ଼ ଧାତୁ)— ଖନନ କରିବା; ମାଟିରେ ଗର୍ତ୍ତ କରିବା — To dig; to cut a pit in the earth
  • ଦେ. କ୍ରି. — (ସଂ. କ୍ଷୁଦ୍ ଧାତୁ) କ୍ଷୋଦନ କରିବା; କାଠ ପଥର— ଆଦିରେ ହତିଆର ସାହାଯ୍ୟରେ ଗର୍ତ୍ତ, ଅକ୍ଷର ବା ମୂର୍ତ୍ତି ଅଙ୍କନ କରିବା — To engrave
  • ଦେ. କ୍ରି. — (ଆ. ଖୁଲ୍ନା) ପରର ଗୋପନୀୟ ବିଷୟ ବା ଗୃହ— ଚ୍ଛିଦ୍ରକୁ ପଦାରେ ପ୍ରକାଶ କରିବା; ଖୋଲିଦେବା — To expose another's faults; to expose another's family-secrets
  • ଦେ. କ୍ରି. — (ଯଥା—ଗଇ ଖୋଳିବା।)
  • ଦେ. କ୍ରି. — (ଲକ୍ଷଣାର୍ଥ) ହୃଦୟରେ ଗୁରୁତର ଆଘାତ (କଷ୍ଟ) ଜନ୍ମାଇବା — (figurative) To cause intense mental pain
  • ଦେ. କ୍ରି. — ବଚନଶରେ ଖୋଳୁଅଛି ମୋର ଗାତ୍ର। କୃଷ୍ଣସିଂହ. ମହାଭରତ. ସଭା।
  • ଦେ. କ୍ରି. — (ଲକ୍ଷଣାର୍ଥ) ପ୍ରବେଶ କରିବା — (figurative) To enter
  • ଦେ. କ୍ରି. — ପ୍ରଦ୍ୟୁମ୍ନ କାଣ୍ଡର ମୂନ କର୍ଣ୍ଣଙ୍କର କର୍ଣ୍ଣମୂଳ ଖୋଳିବ ଆହେ ଯଦୁବୀର। କୃଷ୍ଣସିଂହ. ମହାଭାରତ. ବନ।
  • ଦେ. କ୍ରି. — (ସଂ. ଖନ ଧାତୁ) ଉପାଡ଼ିବା; ଉତ୍ପାଟିତ କରିବା — To root out; to pull off
  • ଦେ. କ୍ରି. — ଆମ୍ଭର ଚକ୍ଷୁ ବନମାଳୀ, ତୁ ଏହା ନେଉଅଛୁ ଖୋଳି। ଜଗନ୍ନାଥ. ଭାଗବତ।