ଖୋରଧା Khoradhā
- ଦେ. ବି. (ନାମ) (ତା. ଖୋରଦ୍ଦା=ପାର୍ବତ୍ୟ ପ୍ରଦେଶ) — ପୁରୀଜିଲ୍ଲାର ଗୋଟିଏ ସବ୍ଡିଭିଜନ୍ ଓ ସହର — Name of a subdivision and a town in the district of Purī
- ଦେ. ବି. (ନାମ) (ତା. ଖୋରଦ୍ଦା=ପାର୍ବତ୍ୟ ପ୍ରଦେଶ) — [ଦ୍ର—ଏହା ପୂର୍ବେ ଓଡ଼ିଶା ରାଜାଙ୍କ ଅଧୀନ ଥିଲା। ଗଭର୍ଣ୍ଣମେଣ୍ଟ୍ ଏହାକୁ ଖାସ୍ଦଖଲ କରି, ପୁରୀରାଜାଙ୍କୁ ଏଥିପାଇଁ ପେନ୍ସନ୍ ଦିଅନ୍ତି। ଏଠାରେ ଗୋଟିଏ ହାଇସ୍କୁଲ, ଥାନା ଓ ଗଭର୍ଣ୍ଣମେଣ୍ଟଙ୍କ ଖାସ୍ମାହାଲ୍ କଚିରି ଅଛି। ଏହାର ଅଳ୍ପ ଦୂରରେ 'ଅଟ୍ରି' ଗ୍ରାମରେ ଗୋଟିଏ ଉଷ୍ଣପ୍ରସ୍ରବଣ ଅଛି ଓ ଏ ସହରର କିଛି ଦୂରରେ କାଇପଦର ଗ୍ରାମରେ ବୁଖାରୀସାହେବ୍ ନାମକ ପୀରଙ୍କର ଆସ୍ଥାନ ଅଛି।]