ଖୋଜାଇବା Khajāibā
- ଦେ. କ୍ରି. (ଖୋଜିବାର ଣିଜନ୍ତ ରୂପ) — ନଷ୍ଟ ବା ହୃତ ଦ୍ରବ୍ୟକୁ ପାଇବା ପାଇଁ ଅନ୍ୱେଷଣ କରାଇବା — To institute a search for a missing thing
- ଦେ. କ୍ରି. (ଖୋଜିବାର ଣିଜନ୍ତ ରୂପ) — ହଜି ଯାଇଥିଲେ ଖୋଜାଇ ଦେବି ଭାଙ୍ଗି ଯାଇଥିଲେ ଗଢ଼ାଇ ଦେବି, ଚିରି ଯାଇଥିଲେ ସିଆଁଇ ଦେବି; ମୋ ଧନ! କାହିଁକି ରୁଷିଛୁ? ଶିଶୁରଞ୍ଜନ ପଦ୍ଯ।
- ଦେ. କ୍ରି. (ଖୋଜିବାର ଣିଜନ୍ତ ରୂପ) — ବିବାହୋପଯୁକ୍ତ ପୁତ୍ରକନ୍ୟାଙ୍କ ପାଇଁ ପାତ୍ର ଅନୁସନ୍ଧାନ କରାଇବା — To make a search for a suitable bride or bridegroom for a marriagable boy or girl
- ଦେ. କ୍ରି. (ଖୋଜିବାର ଣିଜନ୍ତ ରୂପ) — ଝିଅ ଅନୁରୂପ ବରକୁ ଖୋଜାଇଲେ। କୃଷ୍ଣସିଂହ. ମହାଭାରତ. ବନ।