ଖେସାରି Khesāri

  • ଦେ. ବି. (ସଂ. ଖଞ୍ଜକାରୀ; ତୁଳ. ହି. ଖିସାରୀ) — ଶିମ୍ବାଦି— ବର୍ଗର କୃଷିଜାତ ଶଷ୍ୟବିଶେଷ; ସାନ ଚଣା; ଖୋଡ଼ିଆ ଚଣା — A leguminous grain; Lathyrus Sativus; Phaseolus Aconitifolius
  • ଦେ. ବି. (ସଂ. ଖଞ୍ଜକାରୀ; ତୁଳ. ହି. ଖିସାରୀ) — [ଦ୍ର—ଏହାର ଛୁଇଁ ଓ ଶସ୍ୟ ଚେପ୍ଟା। ଏଥିର ଡାଲି ସକୋଣ; ବୈଦ୍ୟଶାସ୍ତ୍ର ମତରେ ଏହାକୁ ବେଶି ଦିନ ଖାଇଲେ ମନୁଷ୍ୟ ଖଞ୍ଜ ବା ପଙ୍ଗୁ ହୋଇଯାଏ। ଖେସାରି ଡାଲି ଖାଇଲେ ମନୁଷ୍ୟ ସନ୍ଧି— ବାତାକ୍ରାନ୍ତ ହୁଏ, ଅତଏବ ସଂ. ଖଞ୍ଜକାରୀ ଶଦ୍ଦରୁ ଖେସାରି ଶଦ୍ଦ ଅପଭ୍ରଷ୍ଟ ହୋଇଛି ବୋଲି ଅନୁମିତ ହୁଏ। କେତେକ ଗଡ଼ଜାତରେ ବର୍ଷାଦିନେ ଧାନ ଉଠିଥିବା କିଆରିରେ କାଦୁଆ ଭୂଇଁରେ ଲୋକେ ଖେସାରି ବୁଣି ଦିଅନ୍ତି ଓ ପୁଷ ମାସରେ ବିଲରୁ ପାଚିଲା ଧାନ କାଟି ନେଇ ଖେସାରିଗଛକୁ ଛାଡ଼ିଯାଆନ୍ତି ଓ ମାସେ ପନ୍ଦର ଦିନ ପରେ ଖେସାରି ଛୁଇଁ ପାଚି ଗଲେ ଗଛ ଓପାଡ଼ି ନେଇ ଖେସାରି ଅମଳ କରନ୍ତି। ଏହିପରି ଏକ କ୍ଷେତରେ ଏକ ସମୟରେ ଦୁଇଟି ଫସଲ ଚାଷୀ ଉତାରି ନିଏ। ଅନେକ ସ୍ଥାନରେ ମାର୍ଗଶିର ମାସରେ ଖେସାରି ବୁଣାଯାଏ ଓ ଫଗୁଣ ମାସରେ ଗଛ ଓପଡ଼ାଯାଏ।]