ଖେଳିବା Kheḻibā
- ଦେ. କ୍ରି. (ସଂ. ଖେଳ୍ ଧାତୁ) — କ୍ରୀଡ଼ା କରିବା — To play; to sport
- ଦେ. କ୍ରି. (ସଂ. ଖେଳ୍ ଧାତୁ) — (ଖେଳାଇବା—ପ୍ରୟୋଜକ ରୂପ)
- ଦେ. କ୍ରି. (ସଂ. ଖେଳ୍ ଧାତୁ) — [ଦ୍ର—କେତେ ସମୟ କଠୋର ପରିଶ୍ରମ କରିବା ପରେ ବା ଚିତ୍ତ- ବିନୋଦନାର୍ଥ ବା ଅନ୍ୟର ମନକୁ ପ୍ରଫୁଲ୍ଲିତ କରିବା ପାଇଁ, ବା ବ୍ଯାୟାମ ପାଇଁ ଲୋକେ ଖେଳନ୍ତି। ଲୋକେ ନାନା ପ୍ରକାର ଖେଳ ଖେଳନ୍ତି। କେତେକ ଖେଳ ବହୁ ଶାରୀରିକ ପରିଶ୍ରମସାଧ୍ୟ (ଯଥା; କ୍ରିକେଟ୍, ଡୁଡୁ), କେତେକରେ ମସ୍ତଷ୍କଚାଳନା କରିବାକୁ ପଡ଼େ (ଯଥା; ପଶା, ସତକଞ୍ଜି, ବାଘବଜାରୀ) ଓ କେତେକରେ ଅନ୍ୟର ଚିତ୍ତବିନୋଦନ କରାଯାଏ (ଯଥା—ବାଜିଗରୀ, ଇନ୍ଦ୍ରଜାଲ)।]
- ଦେ. କ୍ରି. (ସଂ. ଖେଳ୍ ଧାତୁ) — ଇନ୍ଦ୍ରଜାଲ ବା ବ୍ଯାୟାମ ପ୍ରଦର୍ଶନ କରିବା — To exhibit athletic or magical feats
- ଦେ. କ୍ରି. (ସଂ. ଖେଳ୍ ଧାତୁ) — ଥଟ୍ଟା କରିବା; ପରିହାସ କରିବା — To joke; to play jests
- ଦେ. କ୍ରି. (ସଂ. ଖେଳ୍ ଧାତୁ) — ଇତସ୍ତତଃ ବିଚରଣ କରିବା — To move here and there
- ଦେ. କ୍ରି. (ସଂ. ଖେଳ୍ ଧାତୁ) — ରସାଳଗହଳ ଶାଖାରେ ଖେଳି। କବିସୂର୍ଯ୍ୟ. କବିତା।
- ଦେ. କ୍ରି. (ସଂ. ଖେଳ୍ ଧାତୁ) — ଚାରିଆଡ଼େ ଘୋଟିଯିବା ବା ବହିଯିବା; ବ୍ୟାପିବା; ବ୍ୟାପ୍ତ— ହେବା — To pervade or circulate; to be diffused; to spread
- ଦେ. କ୍ରି. (ସଂ. ଖେଳ୍ ଧାତୁ) — (ଯଥା—ତେଣ୍ଡାବୁହା ପାଣି ବିଲଯାକ ଖେଳି ଗଲାଣି; ମେଘ ଆକାଶଯାକ ଖେଳି ଗଲାଣି।)
- ଦେ. କ୍ରି. (ସଂ. ଖେଳ୍ ଧାତୁ) — ଅନୁଭୂତ ହେବା; ମନକୁ ଅଧିକାର କରିବା — To be felt; to reign supreme in the mind
- ଦେ. କ୍ରି. (ସଂ. ଖେଳ୍ ଧାତୁ) — ମାର ମନେ ଖେଳୁଥିବ, ପ୍ରଦୀପ ଯେ ଜଳୁଥିବ—କବିସୂର୍ଯ୍ୟ. ସଙ୍ଗୀତ।
- ଦେ. କ୍ରି. (ସଂ. ଖେଳ୍ ଧାତୁ) — (ବ୍ଯବସାୟରେ) ଲାଗିବା; ଲଗାଯିବା; ଖଟାଯିବା — To be invested (in business)