ଖେପାଜାଲ Khepājāla

  • ଦେ. ବି. (ସଂ. କ୍ଷେପ ଓ ଜାଲ) — ଭଉଁରି ଜାଲ — A casting net
  • ଦେ. ବି. (ସଂ. କ୍ଷେପ ଓ ଜାଲ) — [ଦ୍ର—ଏ ଜାଲ ଗୋଲାକାର ଓ ଲମ୍ବ ମୁଣି ପରି। ଏହାର ଏକ ପ୍ରାନ୍ତରେ ଲମ୍ବ ଦଉଡ଼ି ଲାଗିଥାଏ। ଜାଲର ମେଲା ପାଖର ପରିଧିରେ ଗୁଡିଏ ସୀସାଗୁଳି ବନ୍ଧା ଥାଏ। ମାଛ ଧରିବା ବ୍ଯକ୍ତି ଡଙ୍ଗାରେ ବା ପାଣିକୂଳରେ ଠିଆ ହୋଇ ଦଉଡ଼ିର ଶେଷ ଭାଗକୁ ଆପଣା ହାତରେ ଅକ୍ତିଆର କରି ରଖି ଏ ଜାଲକୁ ଘୂରେଇ କରି ଦୂରକୁ ଗଭୀର ପାଣି ଆଡ଼କୁ ନିକ୍ଷେପ କରେ। ଜଳମଧ୍ୟରେ ଗୋଟିଏ ଗୋଲାକାର ସୀମାକୁ ଅଧିକାର କରି ଏ ଜାଲ ପଡ଼େ ଓ ସୀସା ଗୁଳିରଭାରରେ ଜାଲର ମେଲା ମୁହଁ ପାଣି ତଳକୁ ବୁଡ଼ିଯାଏ। ସେହି ପରିଧିର ସୀମା ମଧ୍ୟରେ ଥିବା ମାଛଗୁଡ଼ିକ ସେ ଜାଲରେ ରହି ଯାଆନ୍ତି ଓ କ୍ଷେପଣ— କାରୀ ତାହା ଧୀରେ ଧୀରେ କୂଳକୁ ବା ନୌକା ପାଖକୁ ଟାଣି ଆଣିଲା— ବେଳେ ଜାଲର ମେଲା ମୁହଁ ସୀସାଗୁଳିର ଭାର ଯୋଗୁଁ ମୁଦି ହୋଇ ଯାଏ ଓ ମାଛ ଯାକ ସେହି ମୁଦ୍ରିତ ମୁଣି ଭିତରେ ରହି ଯାଆନ୍ତି।]