ଖୁନ୍ଦିବା Khundibā
- ଦେ. କ୍ରି. (ସଂ. କୁନ୍ଦ ଧାତୁ) — ସଂକୀର୍ଣ୍ଣ ସ୍ଥାନରେ ଅନେକ ଜୀବ ବା ବସ୍ତୁକୁ ଏକତ୍ର ଲଗାଲଗି କରି ପୁରାଇବା — To squeeze many things together; to huddle together many things or animals into a narrow space
- ଦେ. କ୍ରି. (ସଂ. କୁନ୍ଦ ଧାତୁ) — ଭୁଜେ ଭୁଜ ପାଦରେ ପାଦକୁ ଦେଇ ଛନ୍ଦି ଭିଡ଼ିଲେ ହୃଦୟକୁ କୁଚଦ୍ୱନ୍ଦ୍ୱେ ଖୁନ୍ଦି—କୃଷ୍ଣସିଂହ. ମହାଭାରତ. ଆଦି।
- ଦେ. କ୍ରି. (ସଂ. କୁନ୍ଦ ଧାତୁ) — ବାଡ଼ିର ମୂଳଦ୍ୱାରା ବାରୁଦଆଦିକୁ ବନ୍ଧୁକ ଗାତରେ ଠେସି କରି ପୁରାଇବା — To ram in (powder)wiyh a ram-rod
- ଦେ. କ୍ରି. (ସଂ. କୁନ୍ଦ ଧାତୁ) — ସରୁ ରନ୍ଧ୍ରରେ ମୋଟା ମୂଳିଆ ବାଡ଼ିକୁ ଉପର୍ଯ୍ୟୁପରି ଗେଞ୍ଜିବା — To repeatedly poke or press a thick rod into a hole
- ଦେ. କ୍ରି. (ସଂ. କୁନ୍ଦ ଧାତୁ) — ଆଜି ତୁମ୍ଭ ଗରବ ଭାଙ୍ଗିଦେବି ମୁହିଁ ଏହା ବୋଲି କାଠି ଖୁନ୍ଦିଲେ ମୁଖେ ନେଇ— କୃଷ୍ଣସିଂହ. ମହାଭାରତ. ବନ।
- ଦେ. କ୍ରି. (ସଂ. କୁନ୍ଦ ଧାତୁ) — (ବ୍ୟଙ୍ଗାର୍ଥ) ଉପର୍ଯ୍ୟୁପରି ଗୁଣ୍ଡାକୁ ଗୁଣ୍ଡା ଭାତ ପାଟିରେ ପୁରାଇବା ବା ଗିଳିବା — (ironical)To gulp down repeated morsels of food into the mouth