ଖୁଣ୍ଟିବା Khuṇṭibā

  • ଦେ. କ୍ରି. (ତା. କୋଟ୍ଟ ଧାତୁ—ତୁଳ. ତେ—ଖୁଟ୍ଟ ଧାତୁ; ତୁଳ. ସଂ. ଖୁଣ୍ଟ ଧାତୁ=ଅନ୍ୱେଷଣ କରିବା) — ଭୂମିରେ ବୁଣି ଯାଇଥିବା କ୍ଷୁଦ୍ର କ୍ଷୁଦ୍ର ପଦାର୍ଥକୁ ଭୂମିରୁ ଗୋଟି ଗୋଟି କରି ଗୋଟାଇବା; ଟୋକିବା — To pick up small articles or grains strewn on the ground by means of the hand or beak
  • ଦେ. କ୍ରି. (ତା. କୋଟ୍ଟ ଧାତୁ—ତୁଳ. ତେ—ଖୁଟ୍ଟ ଧାତୁ; ତୁଳ. ସଂ. ଖୁଣ୍ଟ ଧାତୁ=ଅନ୍ୱେଷଣ କରିବା) — ପଡ଼ିଥିବା ଅଇଣ୍ଠା ଭାତକୁ ଥଣ୍ଟେ ଖୁଣ୍ଟି—କୃଷ୍ଣସିଂହ. ମହାଭାରତ. ବିରାଟ।
  • ଦେ. କ୍ରି. (ତା. କୋଟ୍ଟ ଧାତୁ—ତୁଳ. ତେ—ଖୁଟ୍ଟ ଧାତୁ; ତୁଳ. ସଂ. ଖୁଣ୍ଟ ଧାତୁ=ଅନ୍ୱେଷଣ କରିବା) — ପଥରପ୍ରଭୃତିକୁ ଛୋଟ ନିହାଣଦ୍ୱାରା ହାଣିବା — To cut into stone with the help of a small cutting instrument or chisel
  • ଦେ. କ୍ରି. (ତା. କୋଟ୍ଟ ଧାତୁ—ତୁଳ. ତେ—ଖୁଟ୍ଟ ଧାତୁ; ତୁଳ. ସଂ. ଖୁଣ୍ଟ ଧାତୁ=ଅନ୍ୱେଷଣ କରିବା) — ଅନ୍ୟକୃତ କାର୍ଯ୍ୟକୁ ବିଶେଷଭାବରେ ପରୀକ୍ଷା କରିବା — To examine a thing critically or minutely to find out a fault; to examine a thing point by point
  • ଦେ. କ୍ରି. (ତା. କୋଟ୍ଟ ଧାତୁ—ତୁଳ. ତେ—ଖୁଟ୍ଟ ଧାତୁ; ତୁଳ. ସଂ. ଖୁଣ୍ଟ ଧାତୁ=ଅନ୍ୱେଷଣ କରିବା) — କାଠିଦ୍ୱାରା ଦାନ୍ତମୂଳରେ ଲାଗିଥିବା ଖାଦ୍ୟ—କଣାମାନ ବାହାର କରିବା — To pick small particles of food sticking to the spaces between the teeth by means of a tooth-pick
  • ଦେ. କ୍ରି. (ତା. କୋଟ୍ଟ ଧାତୁ—ତୁଳ. ତେ—ଖୁଟ୍ଟ ଧାତୁ; ତୁଳ. ସଂ. ଖୁଣ୍ଟ ଧାତୁ=ଅନ୍ୱେଷଣ କରିବା) — ସୁବର୍ଣ୍ଣ—ଖଡ଼ିକାରେ ଖୁଣ୍ଟଇ ଦନ୍ତପନ୍ତି—ପୀତାମ୍ବର. ନୃସିଂହପୁରାଣ।
  • ଦେ. କ୍ରି. (ତା. କୋଟ୍ଟ ଧାତୁ—ତୁଳ. ତେ—ଖୁଟ୍ଟ ଧାତୁ; ତୁଳ. ସଂ. ଖୁଣ୍ଟ ଧାତୁ=ଅନ୍ୱେଷଣ କରିବା) — କିଆରୀରେ ଧାନ ଗଛ ମଧ୍ୟରୁ ଘାସ ବା ବାଳୁଙ୍ଗାକୁ କିମ୍ବା ମୁଣ୍ଡର କଳା ବାଳ ମଧ୍ୟରୁ ଧଳା ବାଳ ଗୋଟି ଗୋଟି କରି ବାଛି ହାତରେ ଓଟାରି ନେବା — To pick out one by one the weeds from the field (leaving the paddy plants) or to pick out one by one grey hairs from the head (leaving the black hairs)
  • ଦେ. କ୍ରି. (ତା. କୋଟ୍ଟ ଧାତୁ—ତୁଳ. ତେ—ଖୁଟ୍ଟ ଧାତୁ; ତୁଳ. ସଂ. ଖୁଣ୍ଟ ଧାତୁ=ଅନ୍ୱେଷଣ କରିବା) — ପରର ଦୋଷ ତ୍ରୁଟି ଦେଖାଇବା — To point out another person's short- comings or defects
  • ଦେ. କ୍ରି. (ତା. କୋଟ୍ଟ ଧାତୁ—ତୁଳ. ତେ—ଖୁଟ୍ଟ ଧାତୁ; ତୁଳ. ସଂ. ଖୁଣ୍ଟ ଧାତୁ=ଅନ୍ୱେଷଣ କରିବା) — କଥା କହୁଥିବା ବ୍ଯକ୍ତିର ଦୋଷ ଧରିବା; ଖୁଣିବା — To find fault with the words spoken by a person
  • ଦେ. କ୍ରି. (ତା. କୋଟ୍ଟ ଧାତୁ—ତୁଳ. ତେ—ଖୁଟ୍ଟ ଧାତୁ; ତୁଳ. ସଂ. ଖୁଣ୍ଟ ଧାତୁ=ଅନ୍ୱେଷଣ କରିବା) — ଶାଗକିଆରୀରୁ ଡେଙ୍ଗା ଶାଗଗଛର ଅଗମାନ ଗୋଟି ଗୋଟି କରି ଛିଣ୍ଡାଇ ଦେବା — To crop up one by one the tops of the standing stalks of herbs from the bed with one's fingers
  • ଦେ. କ୍ରି. (ତା. କୋଟ୍ଟ ଧାତୁ—ତୁଳ. ତେ—ଖୁଟ୍ଟ ଧାତୁ; ତୁଳ. ସଂ. ଖୁଣ୍ଟ ଧାତୁ=ଅନ୍ୱେଷଣ କରିବା) — କିଆରୀରେ ଉପରକୁ ଉଠିଥିବା ଖୁଣ୍ଟିମାନଙ୍କୁ ଉତ୍ପାଟନ କରିବା — To root the stubbles from a field
  • ଦେ. କ୍ରି. (ତା. କୋଟ୍ଟ ଧାତୁ—ତୁଳ. ତେ—ଖୁଟ୍ଟ ଧାତୁ; ତୁଳ. ସଂ. ଖୁଣ୍ଟ ଧାତୁ=ଅନ୍ୱେଷଣ କରିବା) — ଖୁମ୍ପିବା; କୌଣସି ଫଳ ଉପରେ ନଖ ବା ଥଣ୍ଟ ମାରି ଛୋଟ ଛୋଟ କଣା କରିବା — To make small holes in a fruit with the beak or nail