ଖୁଞ୍ଚିବା Khun̄chibā

  • ଦେ. କ୍ରି — ଦୁଇଟି ରୁଆ ମଧ୍ୟରେ ଅନ୍ଯ ଗୋଟିଏ ରୁଆ ଗୁଞ୍ଜି କରି ପୂରାଇବା; ଗୁଞ୍ଜିବା — To thrust a rafter into an empty space (between two other rafters)
  • ଦେ. କ୍ରି — ଖୁଞ୍ଚା ଦେବା (ଦେଖ) — Khun̄chā debā (See)
  • ଦେ. କ୍ରି — ଖୁଞ୍ଚକାଠିରେ ମାପ କରି ଚିରାଯିବା କାଠର ଦାଗ ଦେବା — To mark the required dimensions in a log of wood by means of a twig-measure
  • ଦେ. କ୍ରି — ଗେଞ୍ଜିବା; ଖୁଙ୍ଗିବା — To prick; to poke with a pointed thing or finger
  • ଦେ. କ୍ରି — ପିନ୍ଧା ଲୁଗାକୁ କସିବା ବା ଟାଣି କରି ଖୋସିବା — To tuck up worn cloth tight
  • ଦେ. କ୍ରି — (ନେତ୍ର) ପୀଡ଼ା କରିବା; (ଆଖି) ରୁଗୁରୁଗ୍ ହେବା — (the eye) To ache