ଖିରସ୍ତାନି ପାଠ Khirastāni pāṭha
- ଦେ. ବି — ଆଧୁନିକ ଇଂରାଜୀ ଶିକ୍ଷା — Morden English education
- ଦେ. ବି — [ଦ୍ର—ପ୍ରଥମେ ଏ ଦେଶର ଇଂରାଜୀ ଶିକ୍ଷା ପ୍ରବର୍ତ୍ତିତ ହେବା ସମୟରେ ଅଧିକାଂଶ ନବ୍ୟଶିକ୍ଷିତମାନେ ଇଂରାଜୀ ପଢ଼ି ହିନ୍ଦୁମାନଙ୍କ ଆଚାରବ୍ଯବହାର ପ୍ରତି ଅନାସ୍ଥା ଦେଖାଇଲେ, ମଦମାଂସ ଖାଇଲେ ଓ ପ୍ରତିମାପୂଜା କଲେ ନାହିଁ। ଏଥିପାଇଁ ସେ କାଳର ନୈଷ୍ଠିକ ହିନ୍ଦୁମାନଙ୍କର ଧାରଣା ହେଲା ଯେ ଇଂରାଜୀ ପାଠ ପଢ଼ିଲେ ଖିରସ୍ତାନ୍ ହେବାକୁ ହୁଏ ଓ ଖିରସ୍ତାନି ଶବ୍ଦର ଅର୍ଥ ମଦମାଂସ ଖାଇବା ଓ ହିନ୍ଦୁଧର୍ମର ରୀତିନିତିରୁ ବହିର୍ଭୁତ ହେବା ଇତ୍ୟାଦି; ଏଥିପାଇଁ ପିଲାଏ ଇଂରାଜୀ ପାଠ ପଢ଼ିଲେ ଖିରସ୍ତାନ ହୋଇଯିବେ ଏହି ଭୟରେ ବାପାମାଆମାନେ ସେମାନଙ୍କୁ ଇଂରାଜୀ ପଢ଼ାଇବାକୁ ସାହସ କରୁନଥିଲେ। ଏବେ ଏ ଧାରଣା କ୍ରମଶଃ ଦୁରୀଭୁତ ହେଉଅଛି ଓ ଇଂରାଜୀପଢ଼ୁଆଙ୍କ ପୂର୍ବକାର କଳାପାହାଡ଼ୀ ରୀତି କମିଯାଇଛି।]