ଖାରଜଦାଖଲ Khārajadākhala

  • ବୈଦେ. ବି. (ବିପରୀତାର୍ଥକ ସହଚର; ଫା—ଖାରିଜ୍ୱ ଓ ଦାଖିଲ୍) — (କଚିରିଆ ଭାଷା) କୌଣସି ଭୂସମ୍ପତ୍ତି ସମ୍ବନ୍ଧେ ମୃତ ବ୍ଯକ୍ତି ବା ବିକ୍ରେତାର ନାମ କାଟି (ଖାରଜ କରି) ସେ ସ୍ଥାନରେ ଉତ୍ତରାଧିକାରୀ ବା କ୍ରେତାର ନାମ ରାଜକୀୟ ବା ଜମିଦାରି ଖାତାପତ୍ରରେ ଦରଜ (ଦାଖଲ) କରିବା; ଦାଖଲ— ଖାରଜ — (court language) Striking off the name of a deceased or a vendor and substituting the name of the successor or purchase in respect of a land in a public register
  • ବୈଦେ. ବି. (ବିପରୀତାର୍ଥକ ସହଚର; ଫା—ଖାରିଜ୍ୱ ଓ ଦାଖିଲ୍) — କୌଣସି ବ୍ଯକ୍ତିର ନାମ କାଟି ଦେବା ଓ ସେଠାରେ ନୂତନ ବ୍ଯକ୍ତିର ନାମ ଲେଖିବା — Striking off the name of a person and adding that of another in his place
  • ବୈଦେ. ବି. (ବିପରୀତାର୍ଥକ ସହଚର; ଫା—ଖାରିଜ୍ୱ ଓ ଦାଖିଲ୍) — (ସେଟ୍ଲମେଣ୍ଟ୍) କୌଣସି ଜମିକୁ ଏକ ମଉଜାର ତାଲିକାରୁ କାଟିଦେଇ ତାକୁ ଅନ୍ଯ ମଉଜାର ଜମିରେ ସାମିଲ୍ କରିବା — (Revenue Settlement) To take out a plot from the list of the lands of one village and enter it in the list of another village
  • ବୈଦେ. ବି. (ବିପରୀତାର୍ଥକ ସହଚର; ଫା—ଖାରିଜ୍ୱ ଓ ଦାଖିଲ୍) — ବରଖାସ୍ତ ଓ ମୁକରରି — 1. Dismissal and appointment