ଖାଣ୍ଡି Khāṇḍi
- ପ୍ରାଦେ. (ପୁରୀ) ବି. (ସଂ. ଖଣ୍ଡ) — ମହାପ୍ରସାଦ କୁଡ଼ୁଆର ଭଙ୍ଗା ଅଂଶ — Broken portion of a pot of cooked offering used as plate to eat the rice-offering
- ପ୍ରାଦେ. (ପୁରୀ) ବି. (ସଂ. ଖଣ୍ଡ) — [ଦ୍ର—ସାଧାରଣତଃ ଯେଉଁମାନେ ପୁରୀ ବଡ଼ ଦେଉଳରେ ଅନ୍ନମହାପ୍ରସାଦ ଖାଆନ୍ତି ସେମାନଙ୍କ ସଙ୍ଗେ ଖାଇବା ନିମନ୍ତେ ପାତ୍ର ନ ଥିବାରୁ ମହାପ୍ରସାଦ କୁଡ଼ୁଆକୁ ଭାଙ୍ଗି ତହିଁରୁ ଖଣ୍ଡେ ପାତ୍ରରୂପେ ବ୍ଯବହାର କରନ୍ତି ଓ ଏଥିରେ ମହାପ୍ରାସାଦ ଖାଆନ୍ତି।]